ଓଡ଼ିଶା ରାଜନୀତିରେ ଷ୍ଟାର ଜଲୱା । ଆସନ୍ତାକାଲି ବିଜେପିରେ ସାମିଲ ହେବେ ମିହିର ଦାସ ଏବଂ ଅନୁ ଚୌଧୁରୀ । ପଦ୍ମ ପୋଖରୀକୁ ଡେଇଁଲେ ରମାରଂଜନ

2

କନକ ବ୍ୟୁରୋ : ଆସନ୍ତାକାଲି ବିଜେପିରେ ସାମିଲ ହେବେ ବିଶିଷ୍ଟ ସିନେ ଅଭିନେତା ମିହିର ଦାସ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ସେ ବିଜେପିରେ ଯୋଗ ଦେବେ ବୋଲି ଦଳୀୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ । ବିଜେପି ଓ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ହେଉଥିବା ବିକାଶ ଆଖିଦୃଶିଆ ହେଉଛି ।

ତେଣୁ ସେହି ଦଳରେ ମିଶି କିଛି କାମ କରିବାକୁ ଆଗ୍ରହୀ ବୋଲି ପ୍ରତିକ୍ରିୟାରେ କହିଛନ୍ତି ମିହିର ଦାସ । ଅନ୍ୟପଟେ ଏତେ ଦିନ ପରେ ବି ଓଡିଶା ପଛୁଆ ରାଜ୍ୟ ହୋଇ ରହିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି । ଏହା ସହ କଳା ଓ ସଂସ୍କୃତିର ବିକାଶ ପାଇଁ ରାଜ୍ୟ ସରକାର କିମ୍ବା ପଦପଦବୀରେ ଥିବା କଳାକାର କୌଣସି ପଦକ୍ଷେପ ନେଉନଥିବା କ୍ଷୋଭର ସହ କହିଛନ୍ତି ଓଲିଉଡର ଏହି ଲୋକପ୍ରିୟ ଅଭିନେତା ।

ପୂର୍ବରୁ ମିହିର ଦାସ ବିଜେଡିରେ ଆନୁଷ୍ଠାନିକ ଯୋଗ ଦେଇନଥିଲେ ମଧ୍ୟ ଦଳ ପାଇଁ ପ୍ରଚାର କରିଥିଲେ । ଏହା ଆସନ୍ତାକାଲି ବିଜେପିର ମିଶ୍ରଣ କାର୍ଯ୍ୟକ୍ରମରେ ମିହିର ଦାସଙ୍କ ସମେତ ଅଭିନେତ୍ରୀ ଅନୁ ଚୌଧୁରୀ ଓ ପୂର୍ବତନ ବିଜେଡି ବିଧାୟକ ରମାରଂଜନ ବଳିଆରସିଂହ ମଧ୍ୟ ଯୋଗ ଦେବେ ବୋଲି ଜଣାପଡିଛି ।

Comments are closed.