ନିର୍ବାଚନୀ ଋତୁରେ ଜନତାଙ୍କ ନିକଟତର ହେବାକୁ ଅଙ୍କକଷା ! ଓଡ଼ିଶା ଆସୁଛନ୍ତି ରାଜନାଥ, ଯୋଗୀଙ୍କ ସମେତ ବିଜେପିର ବହୁ କେନ୍ଦ୍ରୀୟ ନେତା, ସେପଟେ ପୁଣି ଓଡିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ

109

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ସେତିକି ବଢୁଛି । ଜନତାଙ୍କ ନିକଟତର ହେବାକୁ ଚାଲିଛି ଅଙ୍କକଷା । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଳାହାଣ୍ଡି ଗସ୍ତରେ ଆସୁଥିବା ବେଳେ ରାଜନାଥ ଆସୁଛନ୍ତି ଉତ୍ତର ଓଡିଶା । ଏ ସରକାର ବଦଳିବା ଦରକାର ନାରା ଦେଇ ବିଜେପି ୧୪୭ ବିଧାନସଭା ଆସନରେ ସମାବେଶ କରିବାକୁ ଯାଉଛି । ଏହାରି ଭିତରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏହି ମାସ ଶେଷ ସପ୍ତାହରେ କୋରାପସ୍ୱଙ୍କ ଗସ୍ତରେ ଆସୁଛନ୍ତି । ସାଙ୍ଗରେ ପ୍ରିୟଙ୍କାଙ୍କୁ ଆଣିବା ପାଇଁ ଚାଲିଛି ବିଚାର ବିମର୍ଶ ।

ନିର୍ବାଚନ ଯେତିକି ପାଖଉଛି ରାଜନୈତିକ ଦଳ ମଧ୍ୟରେ ତତ୍ପରତା ସେତିକି ପ୍ରକାଶ ପାଉଛି । ଆଉ ସେହି ଉତ୍କଣ୍ଠା ନେଇ ବିଜେପିର ଏକାଧିକ ହେବିୱେଟ ଆସୁଛନ୍ତି ଓଡିଶା ଗସ୍ତରେ । ଫେବ୍ରୁଆରୀ ଶେଷ ସପ୍ତାହ କିମ୍ବା ମାର୍ଚ୍ଚ ପ୍ରଥମ ସପ୍ତାହରେ ଓଡିଶା ଆସିବେ ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କିଛି କେନ୍ଦ୍ରମନ୍ତ୍ରୀ । କଳାହାଣ୍ଡିରେ ସମାବେଶ କରିବେ ଯୋଗୀ । କେନ୍ଦ୍ର ମନ୍ତ୍ରୀ ରାମକ୍ରିପାଲ ଯାଦବ, ମନୋଜ ସିଂହ୍ନା, ମନସୁଖ ମଣ୍ଡାୱାଲିଆ ପ୍ରମୁଖ ଓଡିଶା ଆସି ୧୪୭ ବିଧାନସଭା ଆସନରେ ସମାବେଶ କରିବେ । ଆଉ ନାରା ରହିବ ଏ ସରକାର ବଦଳିବା ଦରକାର । ଏହିମାସ ୧୭ ତାରିଖରେ ଆସୁଛନ୍ତି ଗୃହ ମନ୍ତ୍ରୀ ରାଜନାଥ ସିଂହ ।

ନିର୍ବାଚନ ପ୍ରଚାରରେ ବିଜେପି ଓ ବିଜେଡିକୁ ଚେକ ଦେବା ପାଇଁ ରାହୁଲ ଗାନ୍ଧି ମଧ୍ୟ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । କିଛି ଦିନ ମଧ୍ୟ ଦୁଇ ଦୁଇଥର ଗସ୍ତରେ ଆସିଥିବା ରାହୁଲ ପୁଣିଥରେ ଏହି ମାସ ଶେଷ ସପ୍ତାହରେ କୋରାପୁଟ ଆସୁଛନ୍ତି । ନୂଆକରି କଂଗ୍ରେସର ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ପ୍ରିୟଙ୍କା ଗାନ୍ଧିଙ୍କୁ ମଧ୍ୟ ଓଡିଶା ଆଣିବା ପାଇଁ ଉଦ୍ୟମ ଚାଲିଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ଓଡିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସେ ତଳେ କରିଥିବା ସମାବେଶରେ ନବୀନଙ୍କ ପ୍ରତି ନରମ ଭାବ ପୋଷଣ କରିଥିବା ବେଳେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ସହ ରାଜ୍ୟ ସରକାରଙ୍କ ପ୍ରତି କଡା ଭାଷା ପ୍ରୟୋଗ କରିଥିଲେ । ଏସବୁ ବୟାନବାଜି ଭିତରେ ଉଭୟ ବିଜେପି ଓ କଂଗ୍ରେସ ମଇଦାନରେ ଲଢେଇ ପାଇଁ ହେବିୱେଟ ମାନଙ୍କୁ ଓହ୍ଲାଇ ଜନତାଙ୍କ ନିକଟତର ହେବାକୁ ପ୍ରୟାସ ଆରମ୍ଭ କରିଦେଇଛନ୍ତି ।