କେବେ ହେବ ଆପଣଙ୍କର ମୃତ୍ୟୁ ? କହିବ ନୂଆ ଜ୍ଞାନକୌଶଳ

51

ମୃତ୍ୟୁର ଅନୁମାନ ଲଗାଇବା ପାଇଁ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସର ବ୍ୟବହାର କରାଯିବ । ଏପରି ଶୁଣିବା ଅଜବ ଲାଗିବ ସତ କିନ୍ତୁ ଏକ ଅଧ୍ୟୟନକାରୀ ଦଳ ଏକଥା ଦାବି କରିଛନ୍ତି । କାରଣ ଜନ୍ମ ମୃତ୍ୟୁ ଆଦି କେବଳ ଭଗବାନଙ୍କ ହାତରେ । ଆମେ ଚାହିଁଲେ ମଧ୍ୟ କିଛି କରିପାରିବା ନାହିଁ । କିନ୍ତୁ ରିସର୍ଚ୍ଚରେ ଏକ ଏପରି ନୂତନ ଜ୍ଞାନକୌଶଳକୁ ସ୍ଥାୟୀ ରୂୂପ ଦେବା ପାଇଁ ଚେଷ୍ଟା ଚାଲିଛି । ଯାହା କୌଣସି ରୋଗୀର ନିକଟ ଭବିଷ୍ୟତରେ ମୃତ୍ୟୁ ଆଶଙ୍କାକୁ ନେଇ ଡାକ୍ତରକଙ୍କୁ ଆଲର୍ଟ କରିଦେବ । ଏଥିଲେ ଡାକ୍ତର, ରୋଗୀ ଓ ତାଙ୍କ ପରିବାର ଲୋକଙ୍କ ସହ ସମ୍ପର୍କ କରି ପାରିବେ । ଅଧିକ ଚିକିତ୍ସା ବିଷୟରେ ମଧ୍ୟ କିଛି ପଦକ୍ଷେପ ନେଇପାରିବେ ।

ଷ୍ଟାନଫୋର୍ଡ଼ ୟୁନିଭର୍ସିଟିର ଏକ ଟିମ୍ ଏହି ପ୍ରୟାସ କରିଛି । ଏଥିରେ ଡିପ୍ ଲର୍ଣ୍ଣିଂ ନାମକ ଏକ ଜ୍ଞାନକୌଶଳ ବ୍ୟବହାର ହୋଇଛି । ଯାହା ଫିଲଟର କରି ନ୍ୟୁରେଲ ନେଟୱର୍କର ଉପଯୋଗ କରି ଢ଼େର ସାରା ଡାଟାକୁ ପଢ଼ିପାରିବ ଏବଂ ରୋଗୀର ଅବସ୍ଥା ବିଷୟରେ ଜଣାଇବ ।

ଜାଣନ୍ତୁ କିପରି କାମ କରିବ ମେସିନ୍ –
ଏହି ମଡ଼େଲକୁ ପ୍ରସ୍ତୁତ କରବା ପାଇଁ ରିସର୍ଚସ୍ ଟିମ୍ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ୨୦ ଲକ୍ଷ ଲୋକଙ୍କ ଇଲେକ୍ଟ୍ରୋନିକ୍ସ ହେଲ୍ଡ ରେକଡ଼ ଡାଟା ପ୍ରସ୍ତୁତ କରିଥିଲେ । ଆଉ ତାକୁ ଡିପ୍ ଲର୍ଣ୍ଣିଂ ଲଗାରିଦମ ଡାଟାରେ ଫିଡ଼ କରିଥିିଲେ । ଏହାପରେ ଅନୁମାନ ଲଗାଇଥିଲେ କେଉଁ ରୋଗୀ ୩ ରୁ ୧୨ ମାସ ମଧ୍ୟରେ ମୃତ୍ୟ ବରଣ କରିବେ । । ଷ୍ଟାନଫୋର୍ଡ଼ ୟୁନିଭର୍ସିଟର ଗବେଷଣାଗାରରେ ଏକ ଟିମ୍ ମେମ୍ବର ଆଶ୍ୱସନା ଦେଇଥିଲେ ଅତି ସାବଧାନ ସହକାରେ ଆମେ ପ୍ରୟୋଗାତ୍ମକ ଅଧ୍ୟୟନକ କରୁଛୁ । ତେବେ ଏହି ଟେକ୍ନାଲୋଜି ଜରିଆରେ ରୋଗୀଙ୍କୁ ଜୀବିିତ ରଖିବା ପାଇଁ କେଉଁ ପ୍ରକାର ଚିକିତ୍ସା ଜରୁରୀ ତାହା ଜଣାପଡ଼ିଯିବ ।

                                                           ସୌଜନ୍ୟ -ଆଜତକ୍