ସତେଜ ଭାତ ଅପେକ୍ଷା ବାସି ଭାତ ଦେହ ପାଇଁ ଖୁବ୍ ହିତକର ! କେମିତି ଜାଣିବା ପାଇଁ ପଢନ୍ତୁ ସମ୍ପୁର୍ଣ୍ଣ ରିପୋର୍ଟ ।

2,933

ସୁସ୍ଥ ଶରୀର ପାଇଁ ପ୍ରତିଦିନ ଆମେ ବିଭିନ୍ନ ପ୍ରକାର ଖାଦ୍ୟ ଖାଇଥାଉ । ପ୍ରାୟ ଅଧିକାଂଶ ଲୋକ ଭାତକୁ ଏକ ମୁଖ୍ୟ ଖାଦ୍ୟ ରୂପେ ଖାଇଥାନ୍ତି । ଏପରକି ଅନେକ ସମୟରେ ବଳକା ଭାତକୁ ଲୋକେ ଫୋପାଡି ଦେଇଥାନ୍ତି । କାରଣ ବାସି ଭାତ ଖାଇବା ଶରୀର ପାଇଁ କ୍ଷତିକାରକ ବୋଲି ଅନେକ ଲୋକ ଭାବିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ? ଏହି ବାସି ଭାତ ଖାଇବା ଦ୍ୱାରା ଆମ ଶରୀରର କୌଣସି ପ୍ରକାର କ୍ଷତି ହୋଇନଥାଏ । ବରଂ ଏହା ଆମ ଶରୀରରେ ଥିବା କେତେକ ରୋଗକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଆସନ୍ତୁ ଜାଣିବା ବାସି ଭାତ ଖାଇବା ଦ୍ୱାରା କ’ଣ ଫାଇଦା ମିଳିଥାଏ ।

ଆସାମ ଏଗ୍ରିକଲ୍ଚର ୟୁନିଭର୍ସିଟିର ଏକ ଅନୁସନ୍ଧାନ ରିପୋର୍ଟରୁ ଜଣାପଡିଛି ଯେ ବାସି ଭାତରେ ଭରପୁର ମାତ୍ରାରେ ପୋଷକ ତତ୍ତ୍ୱ ରହିଥାଏ । ଯଦି ଆପଣ ୧୦୦ ଗ୍ରାମର ଗରମ ଭାତ ଖାଉଛନ୍ତି । ତାହା ହେଲେ ସେଥିରୁ ୩.୪ ମିଲିଗ୍ରାମ ଆଇରନ ମିଳିଥାଏ । କିନ୍ତୁ ଏହି ଭାତକୁ ଯଦି ଗୋଟିଏ ରାତି ରଖି (ପାଖାପାଖି ୧୨ ଘଣ୍ଟା )ପରଦିନ ସକାଳେ ପ୍ରାତଃଭୋଜନରେ ଖାଇବେ ତେବେ ଏଥିରେ ଆଇରନର ଭାଗ ବଢି ୭୩.୯୧ ପ୍ରତିଶତରେ ପହଞ୍ଚିଥାଏ । କେବଳ ଆଇରନ ଭାଗ ନୁହେଁ ବାସୁ ଭାତରେ ସୋଡିୟମ, ପୋଟାସିୟମ, କ୍ୟାଲସିୟମର ପଣିମାଣ ମଧ୍ୟ ବୃଦ୍ଧିପାଇଥାଏ ।

ବାସି ଭାତରେ ଅଧିକା ମାତ୍ରାରେ ଫାଇବର ରହିଥାଏ । ଯାହା କୋଷ୍ଟାକାଠିନ୍ୟ ସମସ୍ୟା ଦୂର କରିବାରେ ସାହାଯ୍ୟ କରେ । ଏହାଛଡା ପେଟ ଗରମ ହୋଇ ଯେଉଁ ସବୁ ସମସ୍ୟା ଦେଖାଯାଇଥାଏ ତାହା ବାସି ଭାତ ଖାଇବା ଦ୍ୱାରା ଦୂର ହୋଇଥାଏ ।ଯଦି ଆପଣଙ୍କୁ ଆଲର୍ଜି ଭଳି କୋଣସି ସମସ୍ୟା ଦେଖାଯାଉଛି । ତାହା ହେଲେ ସପ୍ତାହରେ ତିନିଥର ବାସି ଭାତ ସେବନ କରନ୍ତୁ । ଏଭଳି କରିବା ଦ୍ୱାରା ଆଲର୍ଜି ସମସ୍ୟାରୁ ମୁକ୍ତି ପାଇ ପାରିବେ । ବାସି ଭାତ ଖାଇବାଦ୍ୱାରା ଘା’ ମଧ୍ୟ ଶୀଘ୍ର ଶୁଖିଥାଏ ।

ଯଦି ଆପଣ ଚା ବା କଫି ପିଇବା ଦ୍ୱାରା ଚିନ୍ତିତ ରହୁଛନ୍ତି । ତା’ହେଲେ ଆପଣ ପ୍ରତିଦିନ ସକାଳୁ ଉଠି ବାସି ଭାତ ସେବନ କରନ୍ତୁ । ଯାହା ଫଳରେ ଆପଣ ଏହି ଅଭ୍ୟାସରୁ ମୁକ୍ତି ପାଇ ପାରିବେ । ଆପଣ ଫ୍ରେସ ଅନୁଭବ କରିବେ ।