ଖିମଜୀରେ ମହିଳାକର୍ମୀଙ୍କୁ ଛୁରା ମାଡ ଘଟଣା : ଅଭିଯୁକ୍ତକୁ ଗିରଫ କଲା କମିଶନରେଟ୍ ପୁଲିସ

32

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଭୁବନେଶ୍ୱର ଖିମଜୀ ଜୁଏଲର୍ସରେ ମହିଳା କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ନିଖିଲ ଜେନାକୁ ଗିରଫ  ଜଗତସିଂହପୁରରୁ ଗିରଫ କରିଛି କମିଶନରେଟ୍ ପୁଲିସ । ଏନେଇ ସୂଚନା ଦେଇଛନ୍ତି ପୁଲିସ କମିଶନର ୱାଇ. ବି. ଖୁରାନିଆ । ଏକ ତରଫା ପ୍ରେମକୁ ନେଇ ଏହି ଆକ୍ରମଣ ହୋଇଥିବା ପୁଲିସ୍ ସୂଚନା ଦେଇଛି ।

ଗତକାଲି ମଧ୍ୟାହ୍ନରେ ଜଣେ ମହିଳା ସେଲ୍ସ ପର୍ସନଙ୍କ ପିଠିରେ ଛୁରି ଭୁଷି ଦେଇଥିଲେ ନିଖିଲ ଜେନା ନାମକ ଅନ୍ୟ ଜଣେ କର୍ମଚାରୀ । ଛୁରୀ ପିଠିରେ ପସିଥିବା ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା ଏବଂ ଦୀର୍ଘ ଅଢେଇ ଘଂଟାର ଅପରେସନ ପରେ ଡାକ୍ତର ତାଙ୍କ ପିଠିରୁ ଛୁରୀ ବାହାର କରିଥିଲେ । ମହିଳା ଜଣଙ୍କୁ ଆଇସିୟୁରେ ଭର୍ତି କରାଯାଇଥିବା ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି ।