ଯାତ୍ରାପାର୍ଟିରେ ଛୁରାମାଡ ! ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କ ଫଟୋ ପୋଷ୍ଟ କରି ଦୁଇ ଗୋଷ୍ଠୀ ମୁହାଁମୁହିଁ, ୨ କଳାକାର ଗୁରୁତର

49

କନକ ବ୍ୟୁରୋ : ଗଞ୍ଜାମ ହିଞ୍ଜିଳିକାଟୁରେ ଯାତ୍ରାପାର୍ଟିରେ ଛୁରାମାଡ ହୋଇଛି । ପାର୍ବତୀ ଗଣନାଟ୍ୟର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଏଭଳି ଘଟଣା ଘଟିଛି । ଏଥିରେ ସ୍ୱାମୀ, ସ୍ତ୍ରୀ ଆହତ ହୋଇ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏହି ଦୁଇଜଣ ହେଲେ ସଞ୍ଜୟ ବେହେରା ଓ ମାନିନୀ ବେହେରା । ଖବର ଅନୁସାରେ, ମାନିନୀ ବେହେରାଙ୍କ ଫଟୋକୁ ଯାତ୍ରା ପାର୍ଟିରେ କାମ କରୁଥିବା ଚକା ନାମକ ଜଣେ ଯୁବକ ସୋସିସିଆଲ ମିଡିଆରେ ପୋଷ୍ଟ କରୁଥିଲେ । ପୁଣି ସଂପୃକ୍ତ ଯୁବକ ଜଣକ ଏଭଳି ପୋଷ୍ଟ କରିବାକୁ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ତେବେ ଏଥିରେ ଉତକ୍ଷିପ୍ତ ହୋଇ ଚକା ସଞ୍ଜୟଙ୍କୁ ଛୁରାମାଡ କରିଥିଲା ।