ସବୁ ଯାତ୍ରୀବାହୀ ବସରେ ଲାଗିବ ସ୍ପିଡ୍ ଗଭର୍ଣ୍ଣର : ଏସଟିଏ କମିଶନର ଡକ୍ଟର ଚନ୍ଦ୍ରଶେଖରଙ୍କ ସୂଚନା

20

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆଠମଲ୍ଲିକ ଦୁର୍ଘଟଣା ପରେ ସରକାରଙ୍କ ନେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ସବୁ ଯାତ୍ରୀବାହୀ ବସରେ ଲାଗିବ ସ୍ପିଡ୍ ଗଭର୍ଣ୍ଣର । ଏହା ସହ ଭାରିଯାନ ଚଳାଉଥିବା ଡ୍ରାଇଭରଙ୍କୁ ଦିଆଯିବ ୨ଦିନିଆ ତାଲିମ୍ । ସ୍ପିଡ୍ କଂଟ୍ରୋଲ୍ ଉପରେ ଉଭୟ ଚାଳକ ଓ ଗାଡି ମାଲିକ ଗୁରୁତ୍ୱ ଦେବେ । ଏହା ସହ ଚାଳକଙ୍କ ଉପରେ ନଜର ରଖିବ ଏନଫୋର୍ସମେଂଟ୍ ସ୍କ୍ୱାଡ୍ । ଏନେଇ ସୂଚନା ଦେଇଛନ୍ତି ଏସଟିଏ କମିଶନର ଡକ୍ଟର ଚନ୍ଦ୍ରଶେଖର କୁମାର ।