ମୁଖ୍ୟମନ୍ତ୍ରୀଙ୍କୁ ଏସସି ଏସଟି ସଦସ୍ୟଙ୍କ ଗୁହାରି: ସାଷ୍ଟାଙ୍ଗ ପ୍ରଣିପାତ କଲେ ବିଧାୟକ

70

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ବିଧାନସଭାରେ ବାଚସ୍ପତିଙ୍କ ପୋଡିୟମ ତଳେ ଧାରଣାରେ ବସିଛନ୍ତି ଅନୁସୂଚିତ ଜାତି ଓ ଜନଜାତି ବିଧାୟକ । ଆଜି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଏକ ଅଭିନବ ଢଙ୍ଗରେ ସେମାନଙ୍କ ଦାବି ଉପସ୍ଥାପନ କରିଛନ୍ତି । ପ୍ରଥମେ ଭିକ୍ଷା ମାଗିବା ଢଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଦାବି ଉପସ୍ଥାପନ କରିଥିଲେ ଅନଶନରତ ବିଧାୟକମାନେ । ଏହାପରେ ଲମ୍ବ ହୋଇ ଜଣକ ପରେ ଜଣେ ବିଧାୟକ ସାଷ୍ଟାଙ୍ଗ ପ୍ରଣିପାତ କରିଥିଲେ ମୁଖ୍ୟମନ୍ତ୍ରୀଙ୍କୁ । ବାଚସ୍ପତିଙ୍କ ପୋଡିୟମ ତଳେ ଧାରଣାରେ ବସିଥିବା ବିଧାୟକମାନେ ଅଂଟିପାତି ମୁଖ୍ୟମନ୍ତ୍ରୀଙ୍କ ଆଡକୁ ମାଡି ଆସୁଛନ୍ତି ।  ଭିକ୍ଷା ମାଗିବା ପରେ ନବୀନଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରୁଛନ୍ତି ବିଧାୟକ । ତେବେ ବିଧାନସଭା ଭିତରେ ଏମିତି ଦୃଶ୍ୟ ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା । ଆଜିର ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଦାବି ଉପସ୍ଥାନର ଏଭଳି ଦୃଶ୍ୟ ସମସ୍ତଙ୍କୁ ହତବାକ୍ କରିଥିଲା । ଓଆରଭି ଆକ୍ଟ ଜରିଆରେ ୩୮ ପ୍ରତିଶତ ସଂରକ୍ଷଣ ଦାବିରେ ଧାରଣା ଦେଇଥିବା ବିଧାୟକମାନେ ଆଜି ଏଭଳି ଅଭିନବ ଢଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଆଗରେ ସେମାନଙ୍କ ଦାବି ଉପସ୍ଥାପନ କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ଗୃହରୁ ଉଠି ପଳାଇଥିଲେ । ଫଳରେ ଅପରାହ୍ଣ ୫ଟାଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।