ଅନିୟନ୍ତ୍ରିତ ଜମା ସ୍କିମ ଉପରେ ଲାଗିବ ଅଙ୍କୁଶ ! ମିଥ୍ୟା ପ୍ରଚାର ପ୍ରସାର କଲେ ହୋଇପାରେ କଡା କାର୍ଯ୍ୟାନୁଷ୍ଠାନ

51

କନକ ବ୍ୟୁରୋ: ଆଉ ଲୋକଙ୍କୁ ଠକି ପାରିବନି ଚିଟଫଣ୍ଡ ସଂସ୍ଥା । ଚିଟଫଣ୍ଡ ସଂସ୍ତା ଉପରେ ଲଗାମ ଲଗାଇବାକୁ କ୍ୟାବିନେଟରେ ଆଗତ ହେଲା ନୂଆ ବିଲ । ଲୋକମାନଙ୍କ ଜମା ରାଶିକୁ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଦୁଇଟି ନୂଆ ବିଲ ଆଣିଛନ୍ତି । ଏହା ହେଉଛି ଅନିୟନ୍ତ୍ରିତ ଜମା ସ୍କିମ ନିଷେଧ ଆଇନ- ୨୦୧୮ ଏବଂ ଚିଟଫଣ୍ଡ ସଂଶୋଧନ ବିଲ -୨୦୧୮ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏଭଳି ନିଷ୍ପତି ନିଆଯାଇଛି ।

ଅନିୟନ୍ତ୍ରିତ ଜମା ସ୍କିମ ନିଷେଧ ଆଇନ- ୨୦୧୮ ବିଲ୍ ଜରିଆରେ ବେଆଇନ ଜମା କାରବାରକୁ ସଂପୂର୍ଣ୍ଣ ନିଷେଧ କରାଯିବ । ଚିଟଫଣ୍ଡ ନାଁରେ ଠକୁଥିପା ସଂସ୍ତା ଗୁଡ଼ିକ ନାଁ ଧରାପଡ଼ିଲେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ଠକ ସଂସ୍ଥା ଗୁଡ଼ିକର ସଂପତି ମଧ୍ୟ ବ୍ୟାଜପ୍ତି କରିବାର ମଧ୍ୟ ଅଧିକାର କ୍ଷମତାପ୍ରାନ୍ତ ଅଧିକାରୀଙ୍କୁ ମିଳିବ । ନିଦ୍ଦିଷ୍ଟ ଅଦାଲତ ଜରିଆରେ ମଧ୍ୟ କ୍ଷତିଗ୍ରସ୍ତ ଜମାକରୀଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ କରିବାର ମଧ୍ୟ ବ୍ୟବସ୍ଥା କରାଯିବ ।

ଅନିୟନ୍ତ୍ରିତ ଅର୍ଥ ଲଗାଣକୁ ନେଇ ଦେଶର କୌଣସି ସଂସ୍ଥା ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଅବା ବିଜ୍ଞାପନ ଜରିଆରେ ପ୍ରଚାରେ କରିପାରିବେ ନାହିଁ । ଯେଉଁମାନେ ଏହି ନିୟମକୁ ଉଲଘଂନ କରିବେ ସେମାନଙ୍କୁ ତିନିବର୍ଷରୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ । ଏବଂ କଂପାନି ଯେତିକି ଆୟ କରିଥିବା ତାର ଦୁଇଗୁଣା ଜରିମାନା ଗଣିବ । ଚିଟଫଣ୍ଡ ବଦଳରେ ଏହାକୁ ‘ଫ୍ରାଟରନିଟ’ ଫଣ୍ଡ କୁହାଯିବ ।