ଗ୍ରାହକଙ୍କୁ ଭୁଆଁ ବୁଲାଇଲା ଜିଓ ! ପଦାରେ ପଡିଲା ଅମ୍ବାନୀ ପରିବାରର ଏକ ବହୁତ ବଡ ଚାଲ୍

39

ପ୍ରକୃତ ମାମଲାଟି ହେଲା, ହୋଲି ଅବସରରେ ରିଲାଏନ୍ସ ତାର ଗ୍ରାହକଙ୍କୁ ଭେଟି ଦେଇଥିବା ଅଫରଟି ବାସ୍ତବରେ ମାଗଣ ନୁହେଁ । ବରଂ ଏଥିରେ ସାମିଲ ରହିଛି ଅମ୍ବାନୀଙ୍କର ବହୁତ ବଡ ଚାଲ୍ । ସୂଚନା ମୁତାବକ, ରିଲାଏନ୍ସ ବିଗ ଟିଭି ନିଜର ଡାୟରେକ୍ଟ ଟୁ ହୋମ୍ ତଥା ଡିଟିଏଚ୍ ୟୁଜର୍ସଙ୍କୁ ହୋଲି ଅବସରରେ ଉପହାର ଭେଟି ଦେବାକୁ ଯାଇ ଇଫେକ୍ଟିଭ୍ ପ୍ରାଇସରେ ପେଡ୍ ଚ୍ୟାନେଲକୁ ବର୍ଷକ ପାଇଁ ମାଗଣା କରିଦେଇଛି । ସେହିପରି ଫି ଟୁ ଇୟର ଚ୍ୟାନେଲକୁ ମଧ୍ୟ ଆପଣ ୫ ବର୍ଷ ପର୍ଯ୍ୟନ୍ତ ଦେଖି ପାରିବେ । ଏଥିସହିତ ହିଁ କଂପାନୀର ପେଡ୍ ଚ୍ୟାନେଲଗୁଡିକୁ ଆପଣ ବର୍ଷକ ପାଇଁ ମାଗଣାରେ ଦେଖିପାରିବେ । ହେଲେ ବାସ୍ତବ କଥା ହେଲାକି ଏହା କୌଣସି ମାଗଣା ଅଫର ନୁହେଁ ବରଂ ଏଥିପାଇଁ ଆପଣଙ୍କୁ ମଧ୍ୟ ଟଙ୍କା ଦେବାକୁ ପଡିବ ।

କଂପାନୀ ଗତକାଲି ଅର୍ଥାତ୍ ମାର୍ଚ୍ଚ ୧ ତାରିଖରୁ ରିଲାଏନ୍ସ ବିଗ ଟିଭିର ଅଫିସିଆଲ ୱେବସାଇଟରୁ ସେଟଅପ ବକ୍ସର ପ୍ରି-ବୁକିଂ ଆରମ୍ଭ କରିଦେଇଛି । ତେବେ କଂପାନୀର ନୂଆ ସେଟଅପ ବକ୍ସ ସିଡ୍ୟୁଲ୍ ରେକଡିଂ, ୟୁଏସବି ପୋର୍ଟ, ୟୁ-ଟ୍ୟୁବ୍ ଆକ୍ସେସ ଏବଂ ଟିଭି ଦେଖିବା ସମୟରେ ରେକଡିଂ କରିବାର ଫିଚର ମିଳିବ । ବୁକିଂ ପାଇଁ ଆପଣଙ୍କୁ ଦେବାକୁ ପଡିବ ୪୯୯ ଟଙ୍କା । ଯେପରିକି ଆମେ ପୂର୍ବରୁ ଆଲୋଚନା କରିଥିଲୁ କି, ଇଫେକ୍ଟିଭ ପ୍ରାଇସ ଉପରେ ରିଲାଏନ୍ସର ଏହି ସେବା ମିଳିବ ଅର୍ଥାତ ଏଥିପାଇଁ ଆପଣଙ୍କୁ ପ୍ରଥମେ ଟଙ୍କା ଦେବାକୁ ପଡିବ । ଆଉ ଏହାପରେ ଯାଇ ହିଁ ଆପଣଙ୍କର ଟଙ୍କା ଆପଣଙ୍କୁ ଫେରସ୍ତ ମିଳିପାରିବ ।

ଏଠାରେ ଆମେ କହି ରଖୁଛୁ କି, ବୁକିଂ ପରେ ସେଟଅପ ବକ୍ସ ଘରେ ପହଂଚିବା ଏବଂ ଇନଷ୍ଟଲେସନ ପାଇଁ ଆପଣଙ୍କୁ ୧,୫୦୦ଟଙ୍କା ଦେବାକୁ ପଡିବ । ଏହାପରେ ବର୍ଷକ ପାଇଁ ଆପଣ କଂପାନୀର ପେଡ୍ ଚ୍ୟାନେଲ ମାଗଣାରେ ଦେଖିପାରିବେ । ସେହିପରି ବର୍ଷକ ପରେ ୨ ବର୍ଷ ପର୍ଯ୍ୟନ୍ତ ପ୍ରତି ମାସ ଆପଣଙ୍କୁ ୩୦୦ଟଙ୍କା ରିଚାର୍ଜ କରିବାକୁ ହେବ । ୨ ବର୍ଷ ପୂରଣ ହେବା ପରେ ଆପଣଙ୍କୁ ୨ ହଜାର ଟଙ୍କା ରିଫଣ୍ଡ ବାବଦକୁ ମିଳିଯିବ । ଏଭଳି ଭାବରେ ଏହି ସେବା ଆପଣଙ୍କୁ ମାଗଣାରେ ମିଳିବ ।