ଥରହର ହେବେ ଅପରାଧୀ । ଏଣିକି ବିନା ପୁଲିସରେ ହିଁ ଧରାପଡିବେ ବଦମାଶ । ନମ୍ବର ପ୍ଲେଟ୍ ବଦଳାଇ ଦେଲେ ବି ଠାବ କରିବ ସିଷ୍ଟମ । ବାଜି ଉଠିତ୍ ସାଇରନ୍

63

ଏଣିକି ତ୍ରାହି ତ୍ରାହି ଡାକିବେ ଅପରାଧୀ । ଅପରାଧ କରିବା ପରେ ଅପରାଧୀମାନଙ୍କୁ ବର୍ତ୍ତମାନ ବ୍ୟବହାର କରୁଥିବା ଗାଡିକୁ ଲୁଚାଇ ରଖିବା ଅସମ୍ଭବ ହୋଇପଡିବ । କାରଣ ଅପରାଧ କାମରେ ଲିପ୍ତ ଏଭଳି ଗାଡିଗୁଡିକୁ ଠାବ କରିବା ପରେ ପୁଲିସ ସେମାନଙ୍କର ସୂଚନା ଇଂଟିଗ୍ରେଟେଡ୍ ଟ୍ରାଫିକ୍ ମ୍ୟାନେଜମେଂଟ ସିଷ୍ଟମ ତଥା ଆଇଟିଏମଏସରେ ଫିଟ୍ କରିଦେବ । ଏଥିରେ ଚୋରି ହୋଇଯାଇଥିବା ଗାଡି , ନମ୍ବର ପ୍ଲେଟ୍ ବିହୀନ ଗାଡି ଏବଂ କୌଣସି ବି ଅପରାଧିକ କାର୍ଯ୍ୟକଳାପରେ ଜଡିତଯଥା ଲୁଟ୍, ଡକାୟତି, ହତ୍ୟା ଏବଂ ଚୋରି ଭଳି ମାମଲାରେ ବ୍ୟବହାର କରାଯାଉଥିବା ଗାଡି ଆଦି ସାମିଲ ରହିଛି ।

ସୂଚନା ମିଳିବା କ୍ଷଣି ଆଇଟିଏମଏସ ଏଭଳି ଗାଡିଗୁଡିକୁ ରାଡାରେ ନେବ । ଏହାପରେ ସହରର ବିଭିନ୍ନ ଗଳିକନ୍ଦିରେ ଯାତାୟତ କରିଥିବା ଏଭଳି ଗାଡି ଆଇଟିଏମଏସର ସେନସର ସାମ୍ନାରେ ଆସିବା କ୍ଷଣି ହିଁ ଧରା ପଡିଯିବ ।ଏଥିରେ କ୍ୟାମେରା ସହିତ ସାଇରନ ବାଜିବା ଆରମ୍ଭ କରିବ ଯାହାଦ୍ୱାରା ଅପରାଧୀଙ୍କୁ ସହରରୁ ବାହାରି କଷ୍ଟକର ହୋଇପଡିବ ଆଉ ଏପରି ସ୍ଥଳେ ପୁଲିସ ସେମାନଙ୍କ ନିକଟରେ ଅତି ସହଜରେ ପହଂଚିଯିବ । ତେବେ ଖୁବ୍ ଶୀଘ୍ର ହିଁ ଏହି ସିଷ୍ଟମ ସାରା ସହରରେ ଲାଗୁ କରିଦିଆଯିବ । ବର୍ତ୍ତମାନ ଏହାର ଟ୍ରାଏଲ କରାଯିବା ପରେ ଆବଶ୍ୟକତା ମୁତାବକ ପୂରା ସିଷ୍ଟମ ଅପଡେଟ କରାଯାଉଛି ।

ତେବେ ସେନସର କେବଳ ସେହି ସମସ୍ତ ଗାଡିଗୁଡିକୁ ଟ୍ରେସ୍ କରିବ, ଯାହାର ସୂଚନା ଫିଡିଂ କରାଯାଇଥିବ । ଏହା ଗାଡିକୁ ଫିଂଗରପ୍ରିଂଟ ଭଳି ସ୍କାନ କରି ତାକୁ ଚିହ୍ନଟ କରିଦେବ । ଉଦାହରଣ ସ୍ୱରୂପ, ଯଦି ଏକ କାର ଦୁର୍ଘଟଣା ଘଟାଇ ଫେରାର ହୋଇଯାଏ । ଏଭଳି ପରିସ୍ଥିତିରେ ପୁଲିସ ଉକ୍ତ କାରର ନମ୍ବରଟିକୁ ଆଇଟିଏମଏସରେ ଫିଡିଂ କରିଦେବ । ଏହା ଅବିକଳ ଫିଂଗରପ୍ରିଂଟ୍ ମିଳାଇବା ଭଳିି ହିଁ କାମ କରିବ । ଏଣିକି ଯଦି ଅଭିଯୁକ୍ତ ଜଣକ ଗାଡିର ନମ୍ବର ବି ବଦଳାଇ ଦିଏ , ତଥାପି ଗାଡିର କଲର,ମାର୍କ ଏବଂ ଅନ୍ୟାନ୍ୟ ଫିଚରକୁ ସ୍କାନ କରି ତାକୁ ଠାବ କରିଦିଆଯିବ । ଏହାଦ୍ୱାରା ଅପରାଧିକୁ ଧରିବାରେ ପୁଲିସକୁ ଆଉ କଷ୍ଟ କରିବାକୁ ପଡିବ ନାହିଁ ।