ମଦ ବିରୋଧରେ ତାତିଲେ ସ୍ୱୟଂ ସହାୟକ ଗୋଷ୍ଠୀ ! ବ୍ରହ୍ମଗିରି ସାହସପୁର ରାସ୍ତାରେ ଥିବା ବେଆଇନ୍ ମଦ ଦୋକାନ ଭାଙ୍ଗିଲେ ମହିଳା

42

କନକ ବ୍ୟୁରୋ : ମଦ ବିରୋଧରେ ତାତିଲେ ସ୍ୱୟଂ ସହାୟକ ଗୋଷ୍ଠୀ । ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକର କହଳପଦା ସାହସପୁର ରାସ୍ତାରେ ଥିବା ବେଆଇନ୍ ମଦ ଦୋକାନ ଭାଙ୍ଗି ଦେଇଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା । ବେଆଇନ ମଦ ବ୍ୟବସାୟକୁ ବିରୋଧ କରି ଏକାଠି ହୋଇଥିଲେ ୯ଟି ଏସଏଚଜିର ମହିଳାମାନେ । ମଦ ଦୋକାନରେ ପଶି ଭଙ୍ଗାରୁଜା କରିଛନ୍ତି ଉତ୍ୟକ୍ତ ମହିଳା ।