SSC Recruitment : ୩୨୫୯ ପଦବୀ ଖାଲି, ଶୀଘ୍ର କରନ୍ତୁ ଆବେଦନ

108

ପ୍ରତିଦିନ ସରକାରୀ ଚାକିରୀ ପାଇଁ ଭିନ୍ନ ଭିନ୍ନ ପଦବୀ ବାହାରୁଛି । ଆଉ ଚାକିରୀ ପାଇଁ ହଜାର ହଜାର ଆଶାୟୀ ପ୍ରାର୍ଥୀ ଆବେଦନ କରୁଛନ୍ତି । ବର୍ତ୍ତମାନ କର୍ମଚାରୀ ଚୟନ ଆୟୋଗ (ଏସଏସସି) ଉଚ୍ଚ ମାଧ୍ୟମିକ ସ୍ତର (୧୦,+୨),୨୦୧୭ ପାଇଁ ମୋଟ ୩୨୫୯ ପଦବୀ ପାଇଁ ନିଯୁକ୍ତି ସୁଯୋଗ ଦେଉଛନ୍ତି । ଏହି ପଦବୀ ଭିତରେ ଲୋୟର ଡିଭିଜନ୍ କ୍ଲର୍କ , ଜୁନିୟର ସେକ୍ରେଟେରି, ପୋଷ୍ଟାଲ ଆସିଷ୍ଟାଣ୍ଟ ଏବଂ ଡାଟା ଏଂଟ୍ରି ପଦ ଖାଲି ଅଛି । ଆବେଦନକାରୀ ଦ୍ୱାଦଶ ଶ୍ରେଣୀ ପାସ କରିବା ଜରୁରୀ । ଏହି ସବୁ ପଦ ପାଇଁ ଆଶାୟୀ ପ୍ରାର୍ଥୀ ଅନଲାଇନ୍ ଦ୍ୱାରା ହିଁ ଆବେଦନ କରିପାରିବେ । ଏହାବ୍ୟତୀତ ପ୍ରାର୍ଥୀ ବାୟୋଡାଟା ଦାଖଲ କରିବେ ।

ଲୋୟର ଡ଼ିଭିକନ୍ କ୍ଲର୍କ (ଏଲଡିସି)/ ଜୁନିୟର ସେକ୍ରେଟେରିଏଟ ଆସିଷ୍ଟାଣ୍ଟ(ଜେଏସଏ) ପଦସଂଖ୍ୟା :୮୯୮
ଦରମା: ୫୨୦୦ ରୁ୨୦,୨୦୦ ଟଙ୍କା । ଗ୍ରେଡ ପେ ୧୯୦୦ ଟଙ୍କା ମିଳିବ ।

ପୋଷ୍ଟାଲ ଆସିଷ୍ଟାଣ୍ଟ/ ସୋଟିଂଗ ଆସିଷ୍ଟାଣ୍ଟ ପଦସଂଖ୍ୟା :୨୩୫୯
ଦରମା: ୫୨୦୦ରୁ୨୦,୦୦୦ ଟଙ୍କା । ଗ୍ରେଡ ପେ ୨୪୦୦ ଟଙ୍କା ମିଳିବ ।

ଡାଟା ଏଂଟ୍ରି ଅପରେଟର (ଗ୍ରେଡ-ଏ),ପଦସଂଖ୍ୟା : ୦୨
ଦରମା:୫୨୦୦ ରୁ୨୦,୦୦୦ଟଙ୍କା । ଗ୍ରେଡ ପେ ୨୪୦୦ଟଙ୍କା ।

ଶିକ୍ଷାଗତ ଯୋଗ୍ୟତା(୧ଅଗଷ୍ଟ୨୦୧୮ ଅନୁସାରେ)-
– ମାନ୍ୟତା ପ୍ରାପ୍ତ କରିଥିବା ବିଶ୍ୱବିଦ୍ୟାଳୟ/ ବୋର୍ଡରୁ ଦ୍ୱାଦଶ ଶ୍ରେଣୀ ପାସ କିମ୍ବା ତାହା ଠାରୁ ଅଧିକ ଯୋଗ୍ୟତା ହାସଲ କରିଥିବା ଦରକାର ।

– ପୋଷ୍ଟାଲ ଆସିଷ୍ଟାଣ୍ଟ/ ସୋଟିଂଗ ଆସିଷ୍ଟାଣ୍ଟ ଓ କ୍ଲର୍କ ପଦ ପାଇଁ ଇଂରାଜୀରେ ୧ ମିନିଟରେ ୩୫ ଶଦ୍ଦ ଓ ହିନ୍ଦୀରେ ୧ ମିନିଟରେ ୩୦ଶଦ୍ଦ ଲେଖି ପାରୁଥିବା ଜରୁରୀ ଅଟେ ।

– ଡାଟା ଏଣ୍ଟ୍ରି ପଦ ପାଇଁ ବିଜ୍ଞାନ ବିଷୟ ସହ ଦ୍ୱାଦଶ ପାସ କରିଥିବା ଜରୁରୀ ଅଟେ । ଏହା ସହ ଦ୍ୱାଦଶ ଶ୍ରେଣୀରେ ଗଣିତ ବିଷୟରେ ପଢ଼ିିଥିବା ଦରକାର । କମ୍ପ୍ୟୁଟରରେ ୮୦୦୦ ଶଦ୍ଦ ପ୍ରତି ଘଣ୍ଟାରେ ଲେଖିପାରୁଥିବା ଦରକାର ।

ବୟସ ସୀମା (ସବୁ ପଦ ନିମନ୍ତେ): ୧ ଅଗଷ୍ଟ ୨୦୧୮ ପରୀକ୍ଷା ପାଇଁ ପ୍ରାର୍ଥୀଙ୍କ ବୟସ ୧୮ ବୟସରୁ ୨୭ ବର୍ଷ ହୋଇଥିବା ଦରକାର । ପ୍ରାର୍ଥୀ ୦୨ ଅଗଷ୍ଟ ୧୯୯୧ପୂର୍ବରୁ ଏବଂ ୧ ଅଗଷ୍ଟ୨୦୦୦ ମସିହା ପରେ ଜନ୍ମ ହୋଇନଥିବା ଦରକାର ।

ଚୟନ ପ୍ରକ୍ରିୟା –

ପ୍ରାର୍ଥୀ ଚୟନ ପାଇଁ କମ୍ପ୍ୟୁଟର ଟେଷ୍ଟ ପରୀକ୍ଷା (ଟାୟର-କ),ଡିକ୍ରିରାଟିଭ ପେପର ( ଟାୟର-କକ) ଏବଂ ଟାଇପିଂଗ ଟେଷ୍ଟ/ସ୍କିଲ ଟେଷ୍ଟ ପରୀକ୍ଷାର ଆୟୋଜନ ହେବ । ଅନଲାଇନ ଆବେଦନ କରିବା ସମୟରେ ପରୀକ୍ଷା କେନ୍ଦ୍ର ଚୟନ କରନ୍ତୁ । ସୂଚନା ଅନୁସାରେ, ଆବେଦନ କରୁଥିବା ପିଳାମାନେ ପରୀକ୍ଷା କେନ୍ଦ୍ର ପାଇଁ ତିନଟି ବିକଳ୍ପ ପାଇବେ । ଆଉ ଆପଣ ଆବେଦନ କରିବା ପରେ ପରୀକ୍ଷା କେନ୍ଦ୍ରକୁ ଦାୟୀ ଦେଇ ପାରିବେ ନାହିଁ । ଆବେଦନକାରୀ ଅନଲାଇନରେ ଫର୍ମ ପୂରଣ କରିପାରିବେ । ଅନଳାଇନ ଆବେଦନ ପାଇଁ www.ssconline.nic.in  ୱବେସାଇଟ ଭିଜିଟ୍ କରନ୍ତୁ ।

ଜରୁରୀ ସୂଚନା – ଏସି/ଏଟି ଆବେଦନକାରୀ ପାଇଁ ୫ ବର୍ଷ, ଓବସି ଆବେଦନକାରୀ ପାଇଁ ତିନି ବର୍ଷ ଓ ଦିବ୍ୟାଂଗ ମାନଙ୍କ ପାଇଁ ଦଶ ବର୍ଷ ବୟସ ସୀମା କୋହଳ ରହିଛି । ଉଚ୍ଚ ମାଧ୍ୟମିକ ସ୍ତର ପରୀକ୍ଷା ପାଇଁ ଆବେଦନକାରୀ କେବଳ ଗୋଟିଏ ହିଁ ଫର୍ମ ଅନଲାଇନରେ ପୂରଣ କରିବେ । ପରୀକ୍ଷା ଦିନ ଆବେଦନାରୀ ତିନଟି ପାସପୋର୍ଟ ସାଇଜ ଫୋଟ ନିଜ ସହ ନେଇକି ଯିବା ଦରକାର । ଯଦି ଫଟୋ ନନିଅନ୍ତି, ତେବେ ପରୀକ୍ଷକ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରିବାକୁ ଦେବେନି ।