ସୀମାରେ ଲାଗି ରହିଛି ଜଟିଳ ପରିସ୍ଥିତି : ଶ୍ରୀନଗରର ଏକ ହୋଟେଲ ପର୍ଯ୍ୟଟକଙ୍କୁ ଦେଉଛି ମାଗଣାରେ ରହିବା ଓ ଖାଇବା ସୁବିଧା

154

ଭାରତୀୟ ବାୟୁସେନା ପାକିସ୍ତାନରେ ପସି ପୁଲୱାମା ଆକ୍ରମଣର ପ୍ରତିଶୋଧ ନେଇଛି । ପାକିସ୍ତାନ ଅଧିକୃତ କାଶ୍ମୀରରେ ବାୟୁସେନାର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ଠିକଣା ଉପରେ ବୋମା ବର୍ଷଣ କରିଥିଲା । ଏହା ସହିତ ହିଁ ଦେଶରେ ସୁରକ୍ଷା ଏଜେନ୍ସି ଓ ପୁଲିସ ସମସ୍ତ ହାଇ ଆଲର୍ଟରେ ଅଛନ୍ତି । ଦେଶର ଅନେକ ବିମାନ ବନ୍ଦରକୁ ମଧ୍ୟ ସୁରକ୍ଷା କାରଣରୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି । ଏଥିରେ ଜାମ୍ମୁ, ଲେହ, ଶ୍ରୀନଗର, ପଠାନକୋଟ୍ ର ବିମାନ ବନ୍ଦର ମଧ୍ୟ ସାମିଲ ଅଛି । ଏମିତିରେ ଅନେକ ପର୍ଯ୍ୟଟକ ସେଇଠି ଫସି ରହିଛନ୍ତି । ସେଥିପାଇଁ ଶ୍ରୀନଗରର ଏକ ହୋଟେଲ ଅତିଥି ସତ୍କାରର ନୂଆ ଫର୍ମୂଲା ବାହାର କରିଛି ।

ଶ୍ରୀନଗରର ହୋଟେଲ କୈସର ଏକ ଫେସବୁକ୍ ପୋଷ୍ଟ କରିଛି । ସେଥିରେ ବର୍ତ୍ତମାନର ପରିସ୍ଥିତିରେ ଶ୍ରୀନଗରରେ ଫସି ରହିଥିବା ସମସ୍ତ ପର୍ଯ୍ୟଟକଙ୍କୁ ମାଗଣାରେ ରହିବା ଓ ଖାଇବାର ସୁବିଧା ଦେବାର ଘୋଷଣା କରିଛି । ହୋଟେଲ ନିଜ ପୋଷ୍ଟରେ ଲେଖିଛି କି, ପର୍ଯ୍ୟଟକ ଯେକୌଣସି ରାଜ୍ୟରୁ ଆସିଥାନ୍ତୁ, ସେମାନେ ହୋଟେଲ ଆସି ସେପର୍ଯ୍ୟନ୍ତ ରହିପାରିବେ ଓ ଖାଇପାରିବେ, ଯେପର୍ଯ୍ୟନ୍ତ ସ୍ଥିତି ସାମାନ୍ୟ ନ ହୋଇଛି । ଏହା ସହିତ କଣ୍ଟାକ୍ଟ ନମ୍ବର ଓ ଠିକଣା ମଧ୍ୟ ସେୟାର କରାଯାଇଛି ।

ସୂଚନାଯୋଗ୍ୟ, ଜାମ୍ମୁ-ଶ୍ରୀନଗର ନ୍ୟାସନାଲ ହାଇୱେ ମଧ୍ୟ ବରଫପାତ କାରଣରୁ ବନ୍ଦ ଅଛି । ହୋଟେଲର ଏହି ଫେସବୁକ୍ ପୋଷ୍ଟକୁ ୩.୬ ହଜାର ଥର ସେୟାର କରାଯାଇସାରିଛି । ଏହି ହୋଟେଲ ଶ୍ରୀନଗରର ମଝିରେ ଅବସ୍ଥିତ ଏବଂ ଥରକରେ ୬୦-୭୦ ଅତିଥି ଏଠି ରହିପାରିବେ ।