ପୁଣି ସୋସିଆଲ ମିଡିଆରେ ଘୁରିବୁଲୁଛି ଶ୍ରୀମନ୍ଦିର ଭିତରର ଦୃଶ୍ୟ ! ଉଠିଲା ପ୍ରଶ୍ନ, ବାରଣ ସତ୍ୱେ କିପରି ମନ୍ଦିରକୁ ନିଆଗଲା ମୋବାଇଲ?

ସେବାୟତଙ୍କୁ ନିଳମ୍ବିତ କଲା ପାଟରା ନିଯୋଗ

454

କନକ ବ୍ୟୁରୋ: ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତରର ଫଟୋ । ପାଟରା ବିଷୋୟୀ ସେବାୟତମାନେ ମହାପ୍ରଭୁଙ୍କ ପାଇଁ ପଇତା ବଳୁଥିବାବେଳର ଫଟୋ ସୋସିଆଲ ମିଡିଆରେ ଘୁରିବୁଲୁଛି । ପଇତା ବଳୁଥିବାବେଳେ ପାଟରା ସେବାୟତ ମୋବାଇଲରେ ସେଲଫି ନେଇ ଏହି ଫଟୋ ଭାଇରାଲ କରିଛନ୍ତି ।

ଲକ୍ଷୀମନ୍ଦିରର ଜଗମୋହନରେ ମହାପ୍ରଭୁଙ୍କ ପଇତା ତିଆରିର ଫଟୋ ଭାଇରାଲ ହୋଇଛି । ଆଉ ଏହି ଫଟୋ ଭାଇରାଲ କରିଛନ୍ତି ପାଟରା ବିଷୋଇ ସେବାୟତ ଅଶୋକ ପାତ୍ର । ଏହି ଘଟଣା ପରେ ପାଟରା ନିଯୋଗ ପକ୍ଷରୁ ଅଶୋକଙ୍କୁ ନିଲମ୍ବିତ କରାଯାଇଛି । ତିନିଠାକୁର ଏବେ ଅଣସରରେ ଅଛନ୍ତି । ଆଉ ଏହି ପଇତା ଠାକୁରଙ୍କ ପହଣ୍ଡି ବେଳେ ବ୍ୟବହୃତ ହୋଇଥାଏ ।