ଶ୍ରୀମନ୍ଦିର ଜଗମୋହନ ମରାମତି ପ୍ରସଙ୍ଗ : ଭୁବନେଶ୍ୱରରେ ବସିଥିବା ଏଏସଆଇ ଡିଜିଙ୍କ ଅଧ୍ୟକ୍ଷତାରେ ବୈଠକ ଶେଷ

36

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଶ୍ରୀମନ୍ଦିର ଜଗମୋହନ ମରାମତି ପ୍ରସଙ୍ଗରେ ଭୁବନେଶ୍ୱରରେ ବସିଥିଲା ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ । ଏଏସଆଇ ଡିଜି ରାକେଶ ତିୱାରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏଏସଆଇ ଯୁଗ୍ମ ନିର୍ଦ୍ଦେଶକ ଓ ବରିଷ୍ଠ ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ । ସେହିପରି ଆଇଆଇଟି ଖଡଗପୁର ଓ ମାଡ୍ରାସର ବିଶେଷଜ୍ଞ, ଶ୍ରୀମନ୍ଦିର ପ୍ରଶାସନର କର୍ମକର୍ତା ଏହି ସମୀକ୍ଷା ବୈଠକରେ ସାମିଲ ହୋଇଥିଲେ । ବୈଠକରେ ଜଗମୋହନ ପ୍ରତି ରହିଥିବା ବିପଦ, ସ୍ଥିତି ଯାଂଚ ଓ ଏହାର ସ୍ଥାୟୀ ପ୍ରତିକାର ନେଇ ଆଲୋଚନା କରାଯାଇଛି । ଜଗମୋହନ ମରାମତି କାମ କିଭଳି ଶେଷ ହେବ ସେନେଇ ଦିନେ ଦୁଇ ଦିନ ନିଷ୍ପତି ନିଆଯିବ । ଶ୍ରୀମନ୍ଦିର ପ୍ରତି କୌଣସି ବିପଦ ନାହିଁ । ଆଇଆଇଟି ବିଶେଷଜ୍ଞଙ୍କ ମତ ନିଆଯାଇଛି । ଦୀର୍ଘ ମିଆଦି ପଦକ୍ଷେପ ଉପରେ ଖୁବଶୀଘ୍ର  ନିଷ୍ପତି ନିଆଯିବ । ଏନେଇ ସୂଚନା ଦେଇଛନ୍ତି ଏଏସଆଇ ଯୁଗ୍ମ ନିର୍ଦ୍ଦେଶକ ଏସ.ବି ଓତା ।