ଶ୍ରୀମନ୍ଦିରରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାରଙ୍କ ତତ୍ପରତା ! ଦେଶର ପ୍ରମୂଖ ମନ୍ଦିରର ବ୍ୟବସ୍ଥା ଅନୁଧ୍ୟାନ ପାଇଁ ଗଠନ ହେଲା କମିଟି ।

42

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏକ୍ସପର୍ଟ କମିଟି ଗଠନ କଲେ ରାଜ୍ୟସରକାର । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୩ଜଣିଆ ଟିମ ଗଠନ କଲେ ରାଜ୍ୟ ସରକାର । ଦେଶର ପ୍ରମୂଖ ମନ୍ଦିରର ପରିଚାଳନା ସ୍ଥିତି ଅନୁଧ୍ୟାନ କରିବ ଏହି ଟିମ୍ । ଆଇନ ବିଭାଗ ଜାରି କରିଥିବା ବିଜ୍ଞପ୍ତି ଆଧାରରେ ୩ ଜଣିଆ ଏକ୍ସପର୍ଟ କମିଟି ସଦସ୍ୟ ରହିବେ । ତେବେ କମିଟି ଅଧ୍ୟକ୍ଷ ଭାର ଆଇଏଏସ ସୁରେଶ ଚନ୍ଦ୍ର ମହାପାତ୍ର ରହିବେ । ଏବଂ କେନ୍ଦ୍ରାଞ୍ଚଳ ଆଇଜି ପୋଲିସ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସହ ଶ୍ରୀମନ୍ଦିର ପୂର୍ବତନ ପ୍ରଶାସକ ମହିମୋହନ ତ୍ରିପାଠୀ ମଧ୍ୟ ଏହି କମିଟିର ସଦସ୍ୟ ନେଇ ଆଇନ ବିଭାଗ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ଦେଶର ଅନ୍ୟ ମନ୍ଦିର ପରିଚାଳନା କିଭଳି ରହିଛି ସେନେଇ ଜୁନ ୩୦ ତାରିଖ ଶେଷ ସୁଦ୍ଧା ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ।

ଗତ ଜୁନ ୮ ତାରିଖ ଦିନ ମାନ୍ୟବର ସୁପ୍ରିମକୋର୍ଟ ଏକ ପିଟିସନ ଦ୍ୱାରା ରାଜ୍ୟ ସରକାରଙ୍କୁ ଏକ କମିଟି ଗଠନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଦେଶର ପ୍ରମୂଖ ମନ୍ଦିର ଯଥା- ବୈଷ୍ଣୋଦେବୀ ମନ୍ଦିର, ସୋମନାଥ ମନ୍ଦିର, ସ୍ୱର୍ଣ୍ଣ ମନ୍ଦିର ଓ ତିରୁପତି ମନ୍ଦିରର ହେଉଥିବା ପରିଚାଳନା ଏବଂ ବ୍ୟବସ୍ଥାକୁ ନେଇ ଟିମ ଅନୁଧ୍ୟାନ କରିବା ନେଇ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଏହି ସବୁ ମନ୍ଦିର ପରିଚାଳନାକୁ ଅନୁଧ୍ୟାନ କରି ଶ୍ରୀ ଜନ୍ନାଥ ମନ୍ଦିରରେ କ’ଣ ପରିବର୍ତ୍ତନ କରାଯାଇ ଅନ୍ୟ ମନ୍ଦିରର ବ୍ୟବସ୍ଥାକୁ ଆପଣା ଯାଇ ପାରିବ ସେନେଇ ରିପୋର୍ଟ ଦେବ କମିଟି ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାର ୩ଜଣିଆ ଏକ୍ସପର୍ଟ କମିଟି ଗଠନ କରି ପ୍ରମୂଖ ମନ୍ଦିର ପରିଚାନା ବ୍ୟବସ୍ଥକୁ ଅନୁଧ୍ୟାନ ନିର୍ଦ୍ଦେଶ ଦେଇଛନ୍ତି । ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ନେତୃତ୍ୱରେ ଗଠନ ହୋଇଥିବା ଟିମ ଜୁନ ୩୦ ତାରିଖ ଶେଷ ସୁଦ୍ଧା ରିପୋର୍ଟ ପ୍ରଦାନ କରିବା ନେଇ ଆଇନ ବିଭାଗ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ।