ଶ୍ରୀଲଙ୍କା ପଡିଆରେ କୋହଲୀଙ୍କ ସିକ୍ସପ୍ୟାକ ! ଫିଦା ହେଲେ ସିଂହଳୀ ଫ୍ୟାନ୍

43

କନକ ବ୍ୟୁରୋ : ସିକ୍ସ ପ୍ୟାକ୍ । ଖୋଲା ବଡି । ହାତରେ ଟାଟୁ । ଆକର୍ଷଣୀୟ ଚେହେରା । ଷ୍ଟାଇଲିସ ଲୁକ । ଏସବୁ ପାଇଁ ସବୁବେଳେ ଚର୍ଚ୍ଚାରେ ଭାରତୀୟ କ୍ରିିକେଟ ଦଳ ଅଧିନାୟକ ବିରାଟ କୋହଲୀ । ଜିମରେ ଫିଟନେସ ସମୟର ତାଙ୍କର ଅନେକ ଫଟୋ ଭାଇରାଲ ହୁଏ ସୋସିଆଲ ମିଡିଆରେ । କିନ୍ତୁ ପଡିଆରେ ଏହି କ୍ରିକେଟ ହିରୋଙ୍କ ଖୋଲାବଡି କେହି ସହଜରେ ଦେଖିବାକୁ ପାଆନ୍ତି ନାହିଁ । ତେବେ ଶ୍ରୀଲଙ୍କା ପଡିଆରେ ମ୍ୟାଚ ପ୍ରାକ୍ଟିସ ସମୟରେ ଫ୍ୟାନଙ୍କ ପାଇଁ କୋହଲୀ ପାଲଟି ଯାଇଥିଲେ ବାହୁବଲୀ । ଦେଖାଇଥିଲେ ନିଜ ସିକ୍ସପ୍ୟାକ ଖୋଲାବଡି । ଯାହାକୁ ଦେଖି ଚିଅର ଅପ କରିବାକୁ ଭୂଲି ନଥିଲେ କୋହଲୀଙ୍କ ପ୍ରଶଂସକ ।

ନିଜ ଷ୍ଟାଇଲିସ ଲୁକ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି କୋହଲୀ । କେତେବେଳେ ଦାଢ଼ୀ ପାଇଁ ତ ପୁଣି କେତେବେଳେ ନିଜ ହେୟାର ଷ୍ଟାଇଲ ପାଇଁ ଫ୍ୟାନଙ୍କ ମନ କିଣନ୍ତି ଏହି ଭାରତୀୟ କ୍ରିକେଟର । ଖେଳାଳୀ ହୋଇ ବି ନିଜର ଫିଟନେସ ପାଇଁ ସବୁ କିଛି ପଦ୍ଧତି ଆପଣାନ୍ତି ବୋଲି କୁହନ୍ତି କୋହଲୀ । ସକାଳେ ଜିମ ଯିବା ଠୁ ତୈଳଯୁକ୍ତ ଖାଦ୍ୟ ଠୁ ଦୂରରେ ରହି ନିଜକୁ ସୁସ୍ଥ ଓ ସୁନ୍ଦର କରିପାରିଛନ୍ତି ବୋଲି ବିରାଟ କୁହନ୍ତି ।

virat kohliଘଟଣାକ୍ରମରେ ଆଜିର ମ୍ୟାଚ ପାଇଁ ଶ୍ରୀଲଙ୍କାର ପଲ୍ଲେକଲ ଷ୍ଟାଡିୟମରେ ଭାରତୀୟ ଦଳ ଅଭ୍ୟାସ କରୁଥିଲା । ନେଟ ପ୍ରାକ୍ଟିସ ସମୟରେ ପଡିଆରେ ହିଁ ଜର୍ସି ଖୋଲିଥିଲେ ବିରାଟ । ଆଉ ଯେତେବେଳେ ଜର୍ସି ଭିତରୁ ନିଜ ହିରୋଙ୍କ ସିକ୍ସପ୍ୟାକ ବଡି ଦେଖାଗଲା, ପଡିଆରେ ପ୍ରାକ୍ଟିସ ଦେଖୁଥିବା ସିଂହଳୀ ପ୍ରଶଂସକ ଚିଅର ଅପ କରିଥିଲେ । ଅତି ନିକଟରୁ ବିରାଟଙ୍କ ଖୋଲାବଡି ଦେଖିବା ପରେ ସୋର ମଚାଇଥିଲେ ଫ୍ୟାନ ।

ବିରାଟଙ୍କ ମତରେ ଯୋଗ ଓ ବ୍ୟାୟାମ ଦ୍ୱାରା ମଣିଷ ସୁସ୍ଥ ରୁହେ । ତେଣୁ ସମସ୍ତେ ଏହାକୁ ଆପଣାଇବା ଉଚିତ । ଏପରିକି ବାହାର ଖାଦ୍ୟ ଓ ରେଷ୍ଟୁଣାଣ୍ଟ ଖାଦ୍ୟ ଅପେକ୍ଷା ଘରେ ରନ୍ଧା ଯାଇଥିବା ଖାଇବା ବିରାଟଙ୍କ ପ୍ରଥମ ପସନ୍ଦ । କେବଳ ନିଜ ସାଙ୍ଗସାଥୀଙ୍କ ସହ ମସ୍ତୀ କଲାବେଳେ ସେ ବାହାର ଖାଇବା ଖାଇଥାନ୍ତି । ତଥାପି ନିଜ ଖାଦ୍ୟରେ ତୈଳ ଅଂଶ କମ ରଖନ୍ତି ବୋଲି କୁହନ୍ତି ବିରାଟ । ଖାଲି ସେତିକି ନୁହେଁ ପ୍ରୋଟିନ ଯୁକ୍ତ ଖାଇବାକୁ ଫ୍ୟାନଙ୍କୁ ପରାମର୍ଶ ଦିଅନ୍ତି କ୍ୟାପଟେନ କୋହଲୀ ।

ତେବେ ଖୋଲାବଡି ଓ ଟାଟୁ ଦେଖାଇ ଫ୍ୟାନଙ୍କୁ ପାଗଳ କରିଥିବା ଭାରତୀୟ କ୍ୟାପଟେନ ବିରାଟ କୋହଲୀ, ନିଜ ବ୍ୟାଟର ଯାଦୁରେ କେତେ କମାଲ କରୁଛନ୍ତି ତାକୁ ହିଁ ଦେଖିବାକୁ ଅପେକ୍ଷା କରିଛନ୍ତି କୋହଲୀଙ୍କ ପ୍ରଶଂସକ ।