ଅନ୍ତିମ ସଂସ୍କାର ହୋଇନଥିଲା ରାବଣର ଶବ ! ଆଜି ବି ଏକ ଗୁମ୍ପା ମଧ୍ୟରେ ସୁରକ୍ଷିତ ରହିଛି

86

ଆଜି ପବିତ୍ର ବିଜୟା ଦଶମୀ । ପୌରାଣିକ କଥାବସ୍ତୁ ଅନୁଯାୟୀ, ଆଜି ପ୍ରଭୁ ଶ୍ରୀରାମ ଲଙ୍କାପତି ରାବଣକୁ ମାରି ପତ୍ନୀ ସୀତାଙ୍କୁ ଉଦ୍ଧାର କରିଥିଲେ । ଅଧର୍ମୀ , ପାପୀ ରାବଣର ଆଜି ବିନାଶ ହୋଇଥିଲା । ନବରାତ୍ରୀର ଦଶମ ଦିନ ରାମ ରାବଣଙ୍କୁ ବଧ କରିଥିଲେ । ଏହି ପରମ୍ପରା ଅନୁସାରେ , ପ୍ରତିବର୍ଷ ରାବଣ , ମେଘନାଦ ଓ କୁମ୍ଭକର୍ଣ୍ଣକୁ ଅଧର୍ମର ପ୍ରତୀକ ମାନି ଏମାନଙ୍କର ପୁତ୍ତଳିକା ଦଶହରା ଦିନ ଜଳାଯାଇଥାଏ । ରାବଣଙ୍କୁ ବଧ କରିବା ପରେ ପ୍ରଭୁ ଶ୍ରୀରାମ ଅଯୋଧ୍ୟା ଫେରି ଆସିଥିଲେ । ଏସବୁ ଭିତରେ ଶ୍ରୀଲଙ୍କାର ଏକ ବିଶେଷଜ୍ଞଙ୍କ ଦଳ ୫୦ଟି ଏପରି ସ୍ଥାନ ଚିହ୍ନଟ କରିଛନ୍ତି ଯାହାର ସିଧାସଳଖ ସମ୍ବନ୍ଧ ରାମାୟଣ ସହ ଜଡିତ ରହିଛି ।

sri-lanka-historical-forest-rock-mountainବିଶେଷଜ୍ଞଙ୍କ କହିବା ଅନୁଯାୟୀ, ରାବଣ ମରିବା ପରେ ତାର ଶରୀରକୁ ଜଳା ଯାଇନଥିଲା । ଏପରିକି ଏବେ ମଧ୍ୟ ରାବଣର ଶବ ଏକ ଗୁମ୍ଫା ମଧ୍ୟରେ ରହିଛି । ଏହି ଗୁମ୍ଫାଟି ଶ୍ରୀଲଙ୍କାର ରେଗଲା ଜଙ୍ଗଲ ମଧ୍ୟରେ ରହିଛି । ଶ୍ରୀଲଙ୍କାର ଆର୍ନ୍ତଜାତୀୟ ରାମାୟଣ ଗବେଷଣା କେନ୍ଦ୍ର ଓ ପର୍ଯ୍ୟଟନ ବିଭାଗ ଏହି ଗୁମ୍ଫା ଉପରେ ଗବେଷଣା ଚଳାଇଛନ୍ତି । ଗବେଷଣାରୁ ମିଳିଥିବା ସୂଚନା ଅନୁଯାୟୀ, ରାମ ଓ ରାବଣଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ହୋଇଥିଲା । ଶେଷରେ ରାମଙ୍କ ବାଣରେ ରାବଣର ମୃତ୍ୟୁ ହୋଇଥିଲା । ଏହାପରେ ପ୍ରଭୁ ଶ୍ରୀରାମ ଲଙ୍କାପତିଙ୍କ ଶବକୁ ଅନ୍ତିମ ସଂସ୍କାର କରିବା ପାଇଁ ତାଙ୍କ ଭାଇ ବିଭୀଷଣକୁ ଦେଇଥିଲେ ।

ବିଭୀଷଣଙ୍କୁ ରାବଣଙ୍କ ଶବ ଦିଆଯିବା ପରେ ଅନ୍ତିମ ସଂସ୍କାର ହୋଇଥିଲା କି ନାହିଁ ତାହା ହୁଏତ କେହି ଜାଣିନଥିବେ ।ୠବେଷକଙ୍କ କହିବା ଅନୁଯାୟୀ ରେଗଲାରେ ଏକ ଗୁମ୍ପା ରହିଛି । ଯେଉଁଠି ରାବଣ ବସି ତପସ୍ୟା କରୁଥିଲେ । ସେହି ଗୁମ୍ପାରେ ଆଜି ମଧ୍ୟ ରାବଣର ଶବକୁ ସୁରକ୍ଷିତ ଅବସ୍ଥାରେ ରଖାଯାଇଛି । ରେଗଲା ଅଞ୍ଚଳରେ ଥିବା ଏହି ଗୁମ୍ପାଟି ୮ ହଜାର ଫୁଟ ଉପରେ ରହିଛି । ଯେଉଁଠି ରାବଣର ଶବକୁ ସୁରକ୍ଷିତ ରଖାଯାଇଛି ବୋଲି ଗବେଷକ ମାନେ ଅନୁମାନ କରୁଛନ୍ତି ।

ସୌଜନ୍ୟ: ଏନଡିଟିଭି