ଚାରୋଟି ଭାଷାରେ ରିଲିଜ ହେବ ଶ୍ରୀଦେବୀଙ୍କ ଆଗାମୀ ସିନେମା ‘ମମ’ !

235

୪ଟି ଭାଷାରେ ରିଲିଜ ହେବ ଶ୍ରୀଦେବୀଙ୍କ ଆଗାମୀ ସିନେମା ‘ମମ’ । ହିନ୍ଦୀ ବ୍ୟତିତ ତାମିଲ, ତେଲଗୁ, ମାଲାଲିୟମ ଭାଷାରେ ସିନେମା ମମକୁ ରିଲିଜ କରାଯିବ । ହାୱାହାୱାଇ ଗର୍ଲ ଶ୍ରୀଦେବୀଙ୍କ ବ୍ୟତିତ ଅକ୍ଷୟ ଖାନ୍ନା ଓ ନୱାଜୁଦ୍ଧିନ ସିଦିକିଙ୍କ ପ୍ରମୁଖ ଭୁମିକାରେ ଅଭିନୟ କରୁଛନ୍ତି ।

ଜୁଲାଇ ୭ରେ ଶ୍ରୀଦେବୀ ସିନେ ଦୁନିଆରେ ୫୦ବର୍ଷ ପୂରା କରିବେ । ଏଥିସହ ମମ ଶ୍ରୀଦେବୀଙ୍କ ଅଭୀନିତ ୩୦୦ତମ ସିନେମା ହେବାକୁ ଯାଉଛି । ଏନେଇ ଜୁଲାଇ ୭ରେ ସିନେମା ରିଲିଜ ପାଇଁ ଯୋଜନା କରିଛନ୍ତି ପ୍ରଯୋଜନା ସଂସ୍ଥା । ‘ଇଲିଂସ ଭିଲିଂସ’ ସିନେମା ପରେ ‘ମମ’ ଜରିଆରେ ଶ୍ରୀଦେବୀ ଦମଦାର କମବ୍ୟାକ କରୁଛନ୍ତି ।