ଜାତୀୟ ପୁରସ୍କାର ନେବା ପାଇଁ ପହଞ୍ଚିଲେ ବୋନି କପୁର୍ ଏବଂ କପୁର ସିଷ୍ଟର ! ମା’ଙ୍କ ଶାଢୀ ପିନ୍ଧି ପୁରସ୍କାର ଗ୍ରହଣ କଲେ ଜାହ୍ନବୀ ।

75

ଗୁରୁବାର ଦିନ ଦିଲ୍ଲୀର ବିଜ୍ଞାନ ଭବନରେ ୬୫ ତମ ନ୍ୟାସନାଲ ଆୱାର୍ଡ ଦିଆଯାଇଛି । ଏହି ସମାରୋହରେ ଶ୍ରୀଦେବୀଙ୍କ ଶେଷ ଫିଲ୍ମ ‘ମମ୍’ ପାଇଁ ତାଙ୍କୁ ଶେଷ୍ଠ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି । ଏହି ଆୱାର୍ଡକୁ ବୋନି କପୁର ଦୁଇ ଝିଅ ଜାହ୍ନବୀ ଏବଂ ଖୁସୀଙ୍କ ସହିତ ଗ୍ରହଣ କରିଥିଲେ ।ଏହି ସମାରୋହରେ ଜାହ୍ନବୀଙ୍କୁ କାଞ୍ଜୀବରମ ସାଢୀରେ ଦେଖିବାକୁ ମିଳିଥିଲା । କୁହାଯାଉଛି ଯେ ଏହା ଶ୍ରୀଦେବୀଙ୍କ ୬ ବର୍ଷ ତଳର ପୁରୁଣା ଶାଢୀ । ଏହି ଶାଢୀକୁ ଶ୍ରୀଦେବୀ ଜୁନ ୨୦୧୨ରେ ସାଉଥ୍ ସୁପରଷ୍ଟାର ରାମଚରଣଙ୍କ ବିବାହରେ ପିନ୍ଧିଥିଲେ । ହାଇଦ୍ରାବାଦରେ ହୋଇଥିବା ଏହି ବିବାହରେ ଶ୍ରୀଦେବୀ ପତି ବୋନି କପୁରଙ୍କ ସହିତ ପହଁଚିଥିଲେ । ଏଠାରେ ଆପଣଙ୍କୁ କହି ରଖୁଛୁ ଯେ ୨୪ ଫେବୃୟାରୀ ୨୦୧୮ରେ ଦୁବାଇର ଏକ ହୋଟେଲରେ ବାଥଟବରେ ବୁଡି ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଥିଲା ଏବଂ ମା’ ଚେଉଣ୍ଡ ହୋଇଯାଇଥିଲେ ତାଙ୍କ ଦୁଇ ଝିଅ ଖୁସି ଏବଂ ଜାହ୍ନବୀ ।