ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ ଶ୍ରୀଦେବୀ ! ଦେହାନ୍ତ ପରେ ତାଙ୍କ ହାତଅଙ୍କା ପେଣ୍ଟିଂ ସୋସିଆଲ ମିଡିଆରେ ଭାଇରାଲ

37

ସାମ୍ନାକୁ ଆସିଲା ଶ୍ରୀଦେବୀଙ୍କ ଆଉ ଏକ ପ୍ରତିଭା । ପ୍ରଖ୍ୟାତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଦେହାନ୍ତ ପରେ ତାଙ୍କର ଏକ ପେଣ୍ଟିଂଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅନିଲ କପୁରଙ୍କ ଝିଅ ସୋନମ କପୁରଙ୍କ ଏକ ପେଣ୍ଟିଂ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି । ଯାହାକୁ ଆଙ୍କିଥିଲେ ଶ୍ରୀଦେବୀ । ସୋନମ ଯେତେବେଳେ ସଞ୍ଜୟ ଲୀଲା ଭନସାଲିଙ୍କ ଫିଲ୍ମ ସାୱରିଆ ଜରିଆରେ ବଲିଉଡକୁ ଆସିଲେ ସେହି ସମୟରେ ସୋନମଙ୍କ ଏକ ଫଟୋ ଆଙ୍କିଥିଲେ ଶ୍ରୀଦେବୀ । ସ୍ୱାମୀ ବୋନି କପୁରଙ୍କ ସାନ ଭାଇ ଅନିଲ କପୁର ଓ ତାଙ୍କ ଝିଅ ସୋନମ କପୁରଙ୍କ ସହ ଶ୍ରୀଦେବୀଙ୍କ ଗଭୀର ସଂପର୍କର ଏହା ପ୍ରମାଣ ବୋଲି ଅନେକ ଚର୍ଚ୍ଚା କରୁଛନ୍ତି ।

ଅନିଲ କପୁରଙ୍କ ସହ ମଧ୍ୟ ଶ୍ରୀଦେବୀ ଅଧିକାଂଶ ଫିଲ୍ମରେ ସ୍କ୍ରିନ ସେୟାର କରିଛନ୍ତି । ସେ ଦୃଷ୍ଟିରୁ ଶ୍ରୀଦେବୀଙ୍କର ଅନିଲଙ୍କ ପରିବାର ସହିତ ଖୁବ ଭଲ ସଂପର୍କ ଓ ସୋନମଙ୍କୁ ସେ ଖୁବ ଭଲ ପାଆନ୍ତି ବୋଲି ବଡିଉଡ ଜଗତରେ ଚର୍ଚ୍ଚା ରହିଛି । ଆଉ ଏହାରି ଭିତରେ ଶ୍ରୀଦେବୀ ଆଙ୍କିଥିବା ସୋନମଙ୍କ ଏହି ପେଂଟିଂ ତାଙ୍କ ଅବର୍ତମାନରେ ଖୁବ ଚର୍ଚ୍ଚା ସାଉଁଟିଛି । ଜଣେ ନିଖୁଣ କଳାକାର ପରି ଚିତ୍ରଟିକୁ ଆଙ୍କିଛନ୍ତି ବଲିଉଡର ପ୍ରଥମ ମହିଳା ସୁପରଷ୍ଟାର । ଯାହା ତାଙ୍କ ବହୁମୁଖୀ ପ୍ରତିଭାର ପ୍ରମାଣ ବୋଲି କୁହାଯାଇପାରେ ।