ଶ୍ରୀଦେବୀଙ୍କ ଓଲିଉଡ ଅବଶୋଷ ! ଅଧୁରା ରହିଗଲା ‘ଲାଲ ପାନ ବିବି’ର ହିନ୍ଦି ରିମେକ୍

101

କନକ ବ୍ୟୁରୋ : ଶ୍ରୀଦେବୀଙ୍କ ଦେହାନ୍ତ ପରେ ଚର୍ଚ୍ଚାରେ ଓଲିଉଡ ଲିଙ୍କ । ଓଡିଆ ସୁପରହିଟ୍ ଫିଲି୍ମ ‘ଲାଲ ପାନ ବିବି’ର ହିନ୍ଦି ରିମେକ୍ କରିବାକୁ ଚାହୁଁଥିଲେ ଶ୍ରୀଦେବୀ । ହେଲେ ଅସୁସ୍ଥତା କାରଣରୁ ପୂରଣ ହୋଇପାରିନଥିଲା ସ୍ୱପ୍ନ । ଶ୍ରୀଦେବୀଙ୍କ ଏହି ଅବଶୋଷ ସମ୍ପର୍କରେ ସୂଚନା ଦେଇଛନ୍ତି ବରିଷ୍ଠ ଫିଲ୍ମି ନିର୍ମାତା ପ୍ରଶାନ୍ତ ନନ୍ଦ । ଏପରିକି ମୁମ୍ବାଇ ଗଲେ ଶ୍ରୀଦେବୀ ତାଙ୍କ ଅବଶୋଷ ନେଇ ଆଲୋଚନା କରନ୍ତି ବୋଲି ପ୍ରଶାନ୍ତ ନନ୍ଦ କହିଛନ୍ତି ।

୯୦ ଦଶକ ଓଡିଆ ଫିଲ୍ମ ‘ଲାଲ ପାନ ବିବି’ର ହିନ୍ଦି ରିମେକ କରିବା ପାଇଁ ଇଛା ପ୍ରକାଶ କରିଥିଲେ ବଲିଉଡ ନିର୍ଦ୍ଦେଶକ ଦିଲ୍ଲୀପ କାଙ୍କେରୀଆ । ଫିଲ୍ମିରେ ହରୋଇନ୍ ଭାବେ ନଜର ଆସିଥାନ୍ତେ ଶ୍ରୀଦେବୀ । ଏଥିପାଇଁ ସେ ଚୁକ୍ତି କରିସାରିଥିଲେ । ହେଲେ ଶ୍ରୀଦେବୀ ଅସୁସ୍ଥତା କାରଣରୁ ସୁଟିଂ ହୋଇପାରିନଥିଲା । ତେବେ ଫିଲ୍ମିଟି କରିନପାରିରୁ ମୁମ୍ବାଇରେ ପ୍ରଶାନ୍ତ ନନ୍ଦ ସହ ଦେଖା ହେଲେ ‘ଲାଲ ପାନ ବିବି’ କରିବାର ଅବଶୋଷ ରହିଗଲା ବୋଲି କୁହନ୍ତି ଶ୍ରୀଦେବୀ ।