ଶେଷ ଯାତ୍ରାରେ ଶ୍ରୀଦେବୀ : ଲେଡି ସୁପରଷ୍ଟାରଙ୍କୁ ମିଳିଲା ରାଷ୍ଟ୍ରୀୟ ମର୍ଯ୍ୟାଦା, ମୁମ୍ବାଇ କ୍ଲବ୍ ହାଉସରେ ଅନ୍ତିମ ଦର୍ଶନ କଲେ ସିନେ ତାରକା ଓ ପ୍ରଶଂସକ

30

ଶେଷ ଯାତ୍ରାରେ ଶ୍ରୀଦେବୀ । ଶ୍ରୀଦେବୀଙ୍କୁ ଦିଆଯାଇଛି ରାଷ୍ଟ୍ରୀୟ ମର୍ଯ୍ୟାଦା । ସେଲିବ୍ରେସନ କ୍ଲବରେ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇଛି । ତାଙ୍କ ମରଶରୀରରେ ତ୍ରିରଙ୍ଗା ଘୋଡାଯାଇ ଶେଷ ଶୋଭାଯାତ୍ରା ବାହାରିଛି । ଲାଲ ରଙ୍ଗର ଶାଢୀରେ ତାଙ୍କୁ ସଜାଯାଇ ଶେଷ ବିଦାୟ ଦିଆଯାଉଛି । ଏକ ଟ୍ରକକୁ ଫୁଲରେ ସଜାଯାଇ ସେଥିରେ ତାଙ୍କ ମରଶରୀରକୁ ସେଲିବ୍ରେସନ କ୍ଲବରୁ ଭିଲେ ପାର୍ଲେ ସ୍ଥିତ ସେବା ସମାଜକୁ ନିଆଯାଇଛି । ସେଠାରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହେବ ।

ଟ୍ରକରେ ବୋନି କପୁର, ସଂଜୟ କପୁର ଓ ଅର୍ଜୁନ କପୁର ସାମିଲ ହୋଇଛନ୍ତି । ଶ୍ରୀଦେବୀଙ୍କ ଶୋଭଯାତ୍ରାରେ ହଜାର ହଜାର ପ୍ରଶଂସକଙ୍କ ଭିଡ ଜମିଛି । ସକାଳ ସାଢେ ୯ଟାରୁ ମୁମ୍ବାଇ ସଲିବ୍ରେସନ କ୍ଲବରେ ଶେଷ ଦର୍ଶନ ପାଇଁ ତାଙ୍କ ମରଶରୀରକୁ ରଖାଯାଇଥିଲା । ସେଠାରେ ସିନେ ଷ୍ଟାର ଓ ପ୍ରଶଂସକଙ୍କ ଭିଡ ଜମିଥିଲା ।

ଅପରାହ୍ନ ୪ଟାରେ ଭିଲେପାର୍ଲେ ସେବା ସମାଜରେ ବଲିଉଡ ଜଗତର ପ୍ରଥମ ମହିଳା ସୁପରାଷ୍ଟାରଙ୍କ ଜୁଇ ଜଳିବ । ମୃତ୍ୟୁର ୭୨ ଘଂଟା ପରେ ମୁମ୍ବାଇରେ ପହଁଚିଥିଲା ଶ୍ରୀଦେବୀଙ୍କ ମରଶରୀରା ଅନୀଲ ଅମ୍ବାନୀଙ୍କ ପ୍ରାଇଭେଟ ଜେଟରେ ମୁମ୍ବାଇ ବିମାନ ବନ୍ଦରରେ ପହଁଚିଥିଲା ଶ୍ରୀଦେବୀଙ୍କ ମରଶରୀର । ଏହାପରେ ଲୋଖଣ୍ଡୱାଲା ସ୍ଥିତ ଶ୍ରୀଦେବୀଙ୍କ ଗ୍ରୀନ ଏକର୍ସ ବାସଭବନକୁ ନିଆଯାଇଥିଲା ପାର୍ଥିବ ଶରୀର । ଶ୍ରୀଦେବୀଙ୍କ ଶେଷ ଦର୍ଶନ ପାଇଁ ସେଲିବ୍ରେସନ କ୍ଲବରେ ବଲିଉଡ କଳାକାରଙ୍କ ଭିଡ ଜମିଛି । ଜୟା ବଚ୍ଚନ, ଐଶ୍ୱର୍ଯ୍ୟ ରାୟ ବଚ୍ଚନ, ହେମାମାଳିନୀ ଓ ଇଷା, ଜୟାପ୍ରଦା, ସୁସ୍ମିିତା ସେନ, ମାଧୁୀରୀ ଦୀକ୍ଷିତ, ଶ୍ରୀରାମ ନେନେ, କାଜଲ ଓ ଅଜୟ ଦେବଗନ ପହଂଚି ଶ୍ରୀଦେବୀଙ୍କ ଶେଷ ଦର୍ଶନ କରିଛନ୍ତି ।

ସେହିପରି ଫିଲ୍ମ ନିର୍ମାତା ସଂଜୟ ଲୀଳା ଭଂସାଲି, ସୁଭାଷ ଘାଇଙ୍କ ସମେତ ଅଭିନେତା ଜ୍ୟାକି ଶ୍ରଫ, ଅକ୍ଷୟ ଖନ୍ନା, ରବି କିଷନ ଓ ଟିଭି ଆଙ୍କର ମନୀଷ ପ୍ରମୁଖ ସେଲିବ୍ରେସନ କ୍ଲବରେ ପହଂଚି ଶ୍ରୀଦେବୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି । ଏହାସହ ଫରାହ ଖାନ୍, ସରୋଜ ଖାନଙ୍କ ସମେତ ଅରବାଜ ଖାନ୍ ବି ଶେଷ ଦର୍ଶନ ପାଇଁ ପହଂଚିଥିଲେ । ଅପରାହ୍ନରେ ମୁମ୍ବାଇର ଭିଲେ ପାର୍ଲେର ସେବା ସମାଜରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ଗତକାଲି ବିଳମ୍ବିତ ରାତିରେ ସଲମାନ ଖାନ ବି ସେଲିବ୍ରେସନ କ୍ଲବରେ ପହଂଚି ଶ୍ରୀଦେବୀଙ୍କ ଶେଷଦର୍ଶନ କରିଛନ୍ତି ।