ଦୁବାଇ ଛାଡି ପାରିବେନି ଶ୍ରୀଦେବୀଙ୍କ ସ୍ୱାମୀ ! ପୋଲିସର କଡା ନିର୍ଦ୍ଦେଶ, ହେଲେ କାହିଁକି

76

ଦୁବାଇ ଛାଡିପାରିବେନି ଶ୍ରୀଦେବୀଙ୍କ ସ୍ୱାମୀ ବୋନି କପୁର । ବଲିଉଡ ଅଭିନେତ୍ରୀ ଶ୍ରୀଦେବୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ସସପେନସ୍ ଜାରି ଥିବା ବେଳେ ଦୁବାଇ ପୁଲିସ୍ ଶ୍ରୀଦେବୀଙ୍କ ସ୍ୱାମୀ ତଥା ପ୍ରଯୋଜକ ବୋନି କପୁରଙ୍କୁ ଦୁବାଇ ନ ଛାଡିବାପାଇଁ ନିର୍ଦ୍ଦେଶ ଦେଇଥିବା କଥା ପୁଣି ହଟଚମଟ ସୃଷ୍ଟି କରିଛି। ପୁଲିସ୍ ପକ୍ଷରୁ କୁହାଯାଇଛି ଯେ ଯେ ପର୍ୟ୍ୟନ୍ତ ସରକାରୀ ଓକିଲ ତାଙ୍କୁ ଅନୁମତି ଦେବେ ନାହିଁ ସେପର୍ୟ୍ୟନ୍ତ ବୋନି ଦୁବାଇରୁ ବାହାରି ପାରିବେ ନାହିଁ।

ଏକଥା ପ୍ରଘଟ ହେବାପରେ ବୋନିଙ୍କ ପୁଅ ଅର୍ଜୁନ କପୁର ବାଧ୍ୟ ହୋଇ ଦୁବାଇ ଯାଇଥିବା ଜଣାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ ଜନୈକ ସରକାରୀ ଓକିଲ କହିଛନ୍ତି ଯେ ଶ୍ରୀଦେବୀଙ୍କ ମୃତ୍ୟୁ ଲାଗି ଆଗରୁ ଷଡଯନ୍ତ୍ର ରଚା ଯାଇଥିଲା। ଏହାର ପର୍ଦ୍ଦାଫାସ କରିବାକୁ ଦୁବାଇ ପୁଲିସ୍ ପ୍ରଚେଷ୍ଟା ଜାରି ରଖିଛି। ସେ କହିଛନ୍ତି ଯେ ଏଭଳି ଅସ୍ୱାଭାବିକ ମୃତ୍ୟୁ ଘଟିଲେ ଦୁବାଇରେ ଯେଉଁ ଆଇନଗତ ବ୍ୟବସ୍ଥା ରହିଛି ତାହାକୁ ପୂରଣ କରିବାଲାଗି ଅତି କମରେ ତିନି ଦିନ ଲାଗିଥାଏ।

ଖାସ୍ କରି ଶ୍ରୀଦେବୀ ଜଣେ ବଡ଼ ସେଲିବ୍ରିଟି ହୋଇଥିବା ହେତୁ ଏହାକୁ ଅଧିକ ଗମ୍ଭୀରତାର ସହ ନେଇଛି ପୁଲିସ୍। ଏହା ଏକ ସୁପରିକଳ୍ପିତ ଷଡଯନ୍ତ୍ର କି ନା ତାହା ଜାଣିବାକୁ ପ୍ରୟାସ ଚାଲିଛି। ଶ୍ରୀଦେବୀ କେବେ ବି ମଦ ପିଅନ୍ତି ନାହିଁ ବୋଲି କୁହାଯିବାପରେ ତାଙ୍କର ରକ୍ତରୁ ଆଲକୋହଲ୍ ମିଳିଥିବା ଘଟଣାକୁ ଅଧିକ ସନ୍ଦେହଜନକ କରୁଥିବା ମନେ ହୁଏ।ତେଣୁ ଏହି ମାମଲା ଏବେ କୋର୍ଟରେ ପହଞ୍ଚିଛି । ତେଣୁ ଏହି ଘଟଣାର ସମାଧାନ ନ ହେବା ପର୍ଯ୍ୟନ୍ତ ବୋନି ଦୁବାଇ ଛାଡି ପାରିବେନି ବୋଲି ଜଣା ପଡିଛି । ଗତକାଲି ବୋନିଙ୍କ ବୟାନ ରେକର୍ଡ କରିଥିଲା ଦୁବାଇ ପୋଲିସ ।