ଜାହ୍ନବୀ ଏବଂ ଖୁସିଙ୍କ ସେଲଫି ଉଠାଇବା ଉପରେ କଟକଣା ଲଗାଇଲେ ଶ୍ରୀଦେବୀ

36

ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ ବଲିଉଡରେ ନିଜର ପ୍ରବେଶକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି । ସେ ତାଙ୍କର ପ୍ରଥମ ସିନେମା ପାଇଁ ଖୁବ୍ ଜୋରରେ ପ୍ରସ୍ତୁତି ଚଳାଇଛନ୍ତି । ଏହାବ୍ୟତୀତ ଜାହ୍ନବୀଙ୍କ ବଲିଉଡରେ ପ୍ରବେଶକୁ ନେଇ ପିତା ବୋନି କପୁର, ଏବଂ ମାତା ଶ୍ରୀଦେବୀ ମଧ୍ୟ ସମସ୍ତ ଚେଷ୍ଟା ଚଳାଇଛନ୍ତି ।

ଶ୍ରୀଦେବୀ ନିଜ ଝିଅ ମାନଙ୍କ ପାଇଁ କିଛିଟା କ୍ଷେତ୍ରରେ ଶକ୍ତି ପ୍ରଦର୍ଶନ କରିଛନ୍ତି । ସେନିଜର ଦୁଇ ଝିଅଙ୍କର ସେଲଫି ଉଠାଇବା ଉପରେ କଟକଣା କରିଛନ୍ତି । ଜାହ୍ନବୀ ଏବଂ ଖୁସି ସେଲଫି ଉଠାଇପାରିବେ ନାହିଁ, କି’ତାକୁ ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରିପାରିବେ ନାହିଁ । ଯେହେତୁ ଶ୍ରୀଦେବୀ ନିଜ ଝିଅମାନଙ୍କୁ ସୋସିଆଲ ମିଡିଆଠାରୁ ଦୂରରେ ରଖୁଛନ୍ତି, ତେଣୁ ଆଗାମୀ ଦିନରେ ଆମେ ସୋସିଆଲ ମିଡିଆରେ କପୁର ଗାଲର୍ସଙ୍କୁ ଦେଖିବାକୁ ମିଳିବନି ।

ଇନଷ୍ଟାଗ୍ରାମରେ ବହୁତ ଦିନ ହେଲାଣି ଜାହ୍ନବୀ କପୁର ଏବଂ ଖୁସି କପୁରଙ୍କ କୈାଣସିବି ଫଟୋ ଦେଖିବାକୁ ମିଳିନି । କରଣ ଜୋହରଙ୍କ ଆଗାମୀ ସିନେମା ଷ୍ଟୁଡେଂଟସ୍ ଅଫ ଦ ଇୟରର ସ୍ୱିକେଲରେ ଟାଇଗର ସ୍ରଫଙ୍କ ବିପକ୍ଷରେ ନଜର ଆସିପାରନ୍ତି ଜାହ୍ନବୀ ।