ଶ୍ରୀନଗର ସିଆରପିଏଫ ହେଡକ୍ୱାର୍ଟରରେ ଆତଙ୍କବାଦୀ ଆକ୍ରମଣ ଉଦ୍ୟମ ପଣ୍ଡ ! ଆତଙ୍କବାଦୀଙ୍କୁ ଘେରିଲା ସେନା, ଏନକାଉଁଟର ଜାରି

47

କନକ ବ୍ୟୁରୋ : ଜମ୍ମୁର ସଂଜୁୱାନା ଆର୍ମି କ୍ୟାମ୍ପରେ ଆକ୍ରମଣ ପରେ ଶ୍ରୀନଗରର ସିଆରପିଏଫ ହେଡକ୍ୱାର୍ଟର ଉପରେ ଆତଙ୍କବାଦୀ ଆକ୍ରମଣ ଉଦ୍ୟମ ପଣ୍ଡ ହୋଇଛି । ଆତଙ୍କବାଦୀଙ୍କୁ କଡା ଜବାବ ଦେବାକୁ ସେନା ଘେରାବନ୍ଦୀ କରି ଅପରେସନ ଆରମ୍ଭ କରିଛି । ଏବେ ବି ଏନକାଉଂଟର ଜାରି ରହିଛି । ଏଥିରେ ସିଆରପିଏଫର ଜଣେ ଯବାନ ସହୀଦ ହୋଇଛନ୍ତି । ସିଆରପିଏଫର କ୍ୱିକ୍ ରିଆକ୍ସନ ଟିମ୍ ହେଡକ୍ୱାର୍ଟର ଥିବା କରନନଗର ଅଂଚଳରେ ଏହି ଏନକାଂଉଟର କରିଛି । ଆଜି ଭୋରରେ ଦୁଇଜଣ ଆତଙ୍କବାଦୀ ଏକ-୪୭ ରାଇଫଲ ଧରି ସିଆରପିଏଏଫ ହେଡକ୍ୱାର୍ଟର ଆଡକୁ ଅଗ୍ରସର ହେବା ବେଳେ ସିରଆପିଏଫ ଯବାନ ପାଲଟା ଗୁଳିଚାଳନା କରିଥିଲା । ଫଳରେ ଘଟଣାସ୍ଥଳକୁ ଆତଙ୍କବାଦୀମାନେ ଛତ୍ରଭଙ୍ଗ ଦେଇଛନ୍ତି । ଆଜି ଭୋର ପ୍ରାୟ ସାଢେ ୪ଟାରେ ଏହି ଘଟଣା ଘଟିଛି । ତୁଷାରପାତର ସୁଯୋଗ ନେଇ ଆତଙ୍କବାଦୀ ମାନେ ଏଭଳି କାଣ୍ଡ ଘଟାଇବାକୁ ଉଦ୍ୟମ କରିଥିଲେ ।

ତେବେ ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ଆଭ୍ୟନ୍ତରୀଣ ସୁରକ୍ଷା ନେଇ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି । ଏହି ବୈଠକ ୪ଟାରେ ହେବ ବୋଲି ସୂଚନା ମିଳିଛି । ଏହି ବେଠକରେ ସଂଜୁୱାନାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ବିଷୟରେ ଚର୍ଚ୍ଚା ହେବ । ବୈଠକରେ ଗୃହମନ୍ତ୍ରୀ ରାଜନାଥ ସିଂ, ଗୃହ ସଚିବ , ଆଇବି ମୁଖ୍ୟ , ଗୃହମନ୍ତ୍ରାଳୟର ଅନ୍ୟ ଅଧିକାରୀମାନେ ସାମିଲ ରହିବେ ।