କ୍ରିକେଟ୍ ବିଶ୍ୱକପ୍ ୨୦୧୯: ଓଭାଲ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ-ଶ୍ରୀଲଙ୍କା ମଧ୍ୟରେ ଚାଲିଛି ଟକ୍କର, ଟସ୍ ଜିଣି ବୋଲିଂ କରୁଛି ଶ୍ରୀଲଙ୍କା ।

100

କନକ ବ୍ୟୁରୋ: ବିଶ୍ୱକପ ପାଇଁ ଚାଲିଛି ଜୋରଦାର ଲଢ଼େଇ । ଲଣ୍ଡନର ଓଭାଲଠାରେ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି ବିଶ୍ୱକପ କ୍ରିକେଟର ୨୦ ତମ ମ୍ୟାଚ । ଶ୍ରୀଲଙ୍କା ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରିପୋର୍ଟ କାର୍ଡ ଲେଖିବା ସୁଦ୍ଧା, ଅଷ୍ଟ୍ରେଲିଆ ୬ ଓଭର ବ୍ୟାଟିଂ କରି ବିନା କୌରଓି ୱିକେଟ ହରାଇ ୨୩ ରନ କରି ବ୍ୟାଟିଂ ଜାରି ରଖିଛି । ତେବେ ଓଭାଲରେ ବର୍ତ୍ତମାନ ଆକାଶ ମେଘାଚ୍ଛନ୍ନ ରହିଥିବାରୁ ପ୍ରଥମେ ବୋଲିଂ କରୁଥିବା ଦଳକୁ ସୁହାଇବ ବୋଲି କ୍ରିକେଟ୍ ବିଶେଷଜ୍ଞମାନେ ମତ ରଖିଛନ୍ତି ।

ସେପଟେ ବିଶ୍ୱକପର ରିପୋର୍ଟ କାର୍ଡ କହୁଛି ଶ୍ରୀଲଙ୍କା ମୋଟ ୪ଟି ମ୍ୟାଚ ଖେଳି ଗୋଟିଏ ବିଜୟ ଓ ଗୋଟିଏ ପରାଜୟ ସହ ମୋଟ ୪ ପଏଣ୍ଟ ପାଇଛି । ସେପଟେ ଅଷ୍ଟ୍ରେଲିଆ ଦଳ ମଧ୍ୟ ଏଯାବତ୍ ୪ ଟି ମ୍ୟାଚ ଖେଳିଥିବାବେଳେ ସେଥିରୁ ୩ଟିରେ ବିଜୟ ହାସଲ କରିଛି । କିନ୍ତୁ ଦଳ ଭାରତ ବିପକ୍ଷ ମ୍ୟାଚରେ ପରାଜୟ ବରଣ କରିଥିଲା । ବର୍ଷା ଯୋଗୁଁ ଶ୍ରୀଲଙ୍କାର ୨ଟି ମ୍ୟାଚ ବାତିଲ ହୋଇଯାଇଛି । ଆଜିର ଏହି ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱ ବହନ କରୁଛି ।