ଇଷ୍ଟର ପର୍ବ ସମୟରେ ସିରିଏଲ୍ ବ୍ଲାଷ୍ଟ୍ କାରଣରୁ ଦୋହଲିଲା ଶ୍ରୀଲଙ୍କା ! ୧୬୦ ଲୋକଙ୍କ ମୃତ୍ୟୁ , ଭାରତ ଜାରୀ କଲା ହେଲ୍ପଲାଇନ୍ ।

196

ଶ୍ରୀଲଙ୍କାର ରାଜଧାନୀ କୋଲମ୍ବୋ ସମେତ ଦେଶର ଅନେକ ସ୍ଥାନରେ ଖ୍ରୀଷ୍ଟିୟାନ୍ ସଂପ୍ରଦାୟର ପବିତ୍ର ଇଷ୍ଟର ପର୍ବ ସମୟରେ ଚର୍ଚ୍ଚ ଏବଂ ହୋଟେଲକୁ ଟାର୍ଗେଟ୍ କରାଯାଇଛି । ୩ ଟି ଚର୍ଚ୍ଚରେ ଏବଂ ଅନ୍ୟ ୨ ଟି ହୋଟେଲରେ ୬ ଟି ବଡ ଧରଣର ବୋମା ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୧୬୦ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ଏହି ବିସ୍ଫୋରଣ ଖୁବ୍ ଭୀଷଣ ଥିଲା । ଯେଉଁଥିରେ ମୃତକଙ୍କ ସହ ଆହତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ।

ତେବେ ବିଦେଶ ମନ୍ତ୍ରାଳୟ ତରଫରୁ ଭାରତ ପାଇଁ ହେଲପଲାଇନ୍ ନମ୍ବର ଜାରୀ କରାଯାଇଛି +୯୪୭୭୭୯୦୩୦୮୨ +୯୪୧୧୨୪୨୨୭୮୮ +୯୪୧୧୨୪୨୨୭୮୯ +୯୪୭୭୭୯୦୨୦୮୨ ।

ଅନ୍ୟପକ୍ଷରେ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଟ୍ୱିଟ୍ କରି କହିଛନ୍ତି ଯେ ଆମେ ଲଗାତାର ଅବସ୍ଥା ଉପରେ ନଜର ରଖିଛୁ ଏବଂ କୋଲମ୍ବୋ ସ୍ଥିତ ଭାରତୀୟ ଉଚ୍ଚାୟୋଗଙ୍କ ମଧ୍ୟରେ ଲଗାତାର ସଂପର୍କରେ ରହିଛୁ । ପୋଲିସ୍ କହିବାନୁସାରେ ସ୍ଥାନୀୟ ସମୟନୁସାରେ ପ୍ରଥମ ବିସ୍ଫୋରଣ ସକାଳ ୮.୪୫ ରେ ହେଲା । ଉକ୍ତ ସମୟରେ ଇଷ୍ଟରରେ ପ୍ରାର୍ଥନା ପାଇଁ ଲୋକମାନେ ଏକତ୍ରିତ ହୋଇଥିଲେ । ଆଉ ଏକ ବିସ୍ଫୋରଣ କୋଚ୍ଚିକଡେ ଚର୍ଚ୍ଚରେ ହୋଇଥିଲା । ଅନ୍ୟପକ୍ଷରେ ଦ୍ୱିତୀୟ ବିସ୍ଫୋରଣ ପୁତ୍ତଲମ୍ ପାଖ ସେଣ୍ଟ୍ ସବେଷ୍ଟିୟନ୍ ଚର୍ଚ୍ଚରେ ଭିତରେ ହୋଇଥିଲା । ଏହାସହ କୋଲମ୍ବୋ ସ୍ଥିତ ସାଙ୍ଗରୀ-ଲା ହୋଟେଲ୍ ଏବଂ କିଙ୍ଗ୍ସବରୀ ହୋଟେଲରେ ବୋମା ବିସ୍ଫୋରଣର ଖବର ଆସିଲାଣି ।