କଲମ୍ବୋରେ ଫୁଟିଛି ଜିହାଦୀ ବୋମା । ବିସ୍ଫୋରଣରେ ମିଳିଲା ଇସଲାମ୍ ଚରମପନ୍ଥୀଙ୍କ ଲିଙ୍କ୍, ନାସନାଲ ତୌହିଦ ଜମାତର ହାତ ଥିବା ସନ୍ଦେହ ।

209

କନକ ବ୍ୟୁରୋ : କଲମ୍ବୋ ବିସ୍ଫୋରଣ ଘଟଣା ପଛରେ ରହିଛି ମୁସଲିମ ଚରମପନ୍ଥୀଙ୍କ ଷଡଯନ୍ତ୍ର । ଏଭଳି ଏକ ସନ୍ଦେହ କରୁଛି ଖୋଦ ଶ୍ରୀଲଙ୍କା ସରକାର । ସିରିଜ ବିସ୍ଫୋରଣ ପଛରେ ମୁସଲିମ ଚରମପନ୍ଥୀ ସଂଗଠନ, ନାସନାଲ ତୌହିଦ ଜାମାତର ହାତ ରହିଥିବା ସନ୍ଦେହ କରାଯାଉଛି । ଶ୍ରୀଲଙ୍କାର ସ୍ୱାସ୍ଥ୍ୟମନ୍ତ୍ରୀ ଏହା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ବିଦେଶୀ ଶକ୍ତିର ସମ୍ପୃକ୍ତି ବିନା ଏପରି ଆକ୍ରମଣ ସମ୍ଭବ ନୁହେଁ ।

କଲୋମ୍ବୋ ବିସ୍ଫୋରଣ ପଛରେ ମୁସଲିମ୍ ଚରମପନ୍ଥୀ ! ‘ନାସନାଲ ତୌହିଦ୍ ଜାମାତ୍’ ରଚିଥିଲା ବିସ୍ଫୋରଣର ନକ୍ସା ? ଶ୍ରୀଲଙ୍କାର ସିରିୟଲ ବିସ୍ଫୋରଣ ନେଇ ଯେଉଁ ଆଶଙ୍କା କରାଯାଉଥିଲା, ସେହି ଆଶଙ୍କା ସତ ହୋଇ ସାମ୍ନାକୁ ଆସିଛି । ଶ୍ରୀଲଙ୍କାର ରାଜଧାନୀ କଲୋମ୍ବୋରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ମୁସଲିମ୍ ଚରମପନ୍ଥୀ ସଂଗଠନ, ନାସନାଲ ତୌହିତ୍ ଜାମାତର ହାତ ଥିବା ସନ୍ଦେହ କରାଯାଉଛି ।

ଶ୍ରୀଲଙ୍କାର ସ୍ୱାସ୍ଥ୍ୟ ମନ୍ତ୍ରୀ ରଜୀଥ୍ ସେନାରତ୍ନେ ସୂଚନା ଦେଇ କହିଛନ୍ତି, ଏହି ବିସ୍ଫୋରଣରେ ମୁସଲିମ୍ ଚରମପନ୍ଥୀ ସଂଗଠନ ‘ନାସନାଲ ତୌହିଦ୍ ଜାମାତ୍’ ସଂଗଠନର ହାତ ଥିବା ସନ୍ଦେହ କରାଯାଉଛି । ଆକ୍ରମଣ ପଛରେ ବିଦେଶୀ ଶକ୍ତିଙ୍କ ହାତ ଥାଇପରେ । କାରଣ ବିଦେଶୀ ଶକ୍ତି ବିନା ଶ୍ରୀଲଙ୍କାରେ ଏଭଳି ଆକ୍ରମଣ ସମ୍ଭବ ନୁହେଁ ବୋଲି ସେନାରତ୍ନେ କହିଛନ୍ତି ।

ସନ୍ଦେହରେ ‘ନାସନାଲ ତୌହିଦ୍ ଜାମାତ୍’ । ସଂଗଠନ ନାଁରେ ରହିଛି ସାଂଘାତିକ୍ ଅଭିଯୋଗ । ମୌଳବାଦରେ ବିଶ୍ୱାସ କରୁଥିବା ଏହି ମୁସଲିମ୍ ସଂଗଠନ,

– ଶ୍ରୀଲଙ୍କାର ପୂର୍ବାଚଂଳରେ ଅଧିକ ସକ୍ରିୟ ରହିଛି
– ପୂର୍ବରୁ ବୁଦ୍ଧଙ୍କ ମୂର୍ତି ଭାଙ୍ଗିବାର ଅଭିଯୋଗ ରହିଛି
– ଶ୍ରୀଲଙ୍କାରେ ଅଧିକରୁ ଅଧିକ ମସଜିଦ୍ ନିର୍ମାଣ ନେଇ ଦାବି କରିଆସୁଛି
– ମହିଳାଙ୍କ ବୁର୍ଖା ପିନ୍ଧିବା ସପକ୍ଷରେ ଯୁକ୍ତି କରି ଆସୁଛି
– ସରିଆ ଆଇନ ଲାଗୁ କରିବା ସମର୍ଥନରେ ଯୁକ୍ତି କରୁଛି ଏହି ସଂଗଠନ

ଶ୍ରୀଲଙ୍କା ସରକାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୭ଜଣ ଆତ୍ମଘାତୀ ଆତଙ୍କବାଦୀ, ୮ଟି ସ୍ଥାନରେ ବିସ୍ଫୋରଣ ଘଟାଇଥିଲେ, ଯେଉଁଥିରେ ପାଖାପାଖି ୩ଶହ ଜଣଙ୍କ ମୃତ୍ୟୁ ହୋଇଛି । ଆଉ ଏହି ଘଟଣାକୁ ନେଇ ଅଧିକ ଛାନବିନ୍ ଜାରି ରହିଛି ।