ଶ୍ରୀକ୍ଷେତ୍ର ଗୁଣ୍ଡିଚା ମନ୍ଦିର ଚଳଚଂଚଳ : ଜନ୍ମବେଦୀରେ ଶ୍ରୀଜିଉ

46

ପୁରୀ ବ୍ୟୁରୋ , କନକ ନ୍ୟୁଜ୍ : ଶ୍ରୀକ୍ଷେତ୍ର ଗୁଣ୍ଡିଚା ମନ୍ଦିର ଚଳଚଂଚଳ । ଜନ୍ମବେଦୀରେ ଶ୍ରୀଜିଉ । ରଥଯାତ୍ରାରେ ଶ୍ରୀମନ୍ଦିରରୁ ଆସିବା ପରେ ତିନିଠାକୁର ପହଣ୍ଡି ବିଜେକରି ଆଡପ ମଣ୍ଡପରେ ଅବସ୍ଥାନ କରିଛନ୍ତି । ଆଡପ ମଣ୍ଡପରେ ଶ୍ରୀଜିଉଙ୍କ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି । ମହାପ୍ରଭୁଙ୍କ ପହଣ୍ଡି ଦର୍ଶନ ପାଇଁ ଶରଧାବାଲିରେ ହଜାର ହଜାର ଭକ୍ତଙ୍କ ଭିଡ ଲାଗିଛି । ଆଡ଼ପ ମଣ୍ଡପରେ ଶ୍ରୀଜିଉ ବିଜେ ହୋଇଥିବାବେଳେ ଆଜି ଭକ୍ତଙ୍କୁ ମିଳିବ ଆଡପ ଅବଢା ।