ୱାର୍ନର ଓ ମନୀଷ ପାଣ୍ଡେଙ୍କ ଦମଦାର ଅର୍ଦ୍ଧଶତକ । ଚେନ୍ନାଇ ଆଗରେ ୧୭୬ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କଲା ହାଇଦ୍ରାବାଦ ।

94

କନକ ବ୍ୟୁରୋ : ଆଇପିଏଲର ଆଜି ୪୧ ତମ ମ୍ୟାଚରେ ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମରେ ମୁହାଁମୁହିଁ ହେଉଛନ୍ତି ଦୁଇ ଶକ୍ତିଶାଳୀ ଦଳ ଚେନ୍ନାଇ ସୁପରକିଙ୍ଗସ ଏବଂ ସନ୍ ରାଇଜର୍ସ ହାଇଦ୍ରାବାଦ । ଏହି ହାଇଭୋଲଟେଜ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୩ଟି ୱିକେଟ୍ ହରାଇ ୧୭୫ ରନ୍ ସଂଗ୍ରହ କରିଛି ।

ହାଇଦ୍ରାବାଦକୁ ପ୍ରାରମ୍ଭିକ ଝଟକା ଲାଗିଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ଡେଭିଡ୍ ୱାର୍ନର ଏବଂ ମନୀଷ ପାଣ୍ଡେଙ୍କ ଦମଦାର ବ୍ୟାଟିଂ ପାଇଁ ଦଳ ଏକ ଭଲ ସ୍କୋର ଛିଡାକରିପାରିଛି । ଡେଭିଡ୍ ୱାର୍ନର ୪୫ଟି ବଲରୁ ୨ଟି ଛକା ଏବଂ ୩ଟି ଚୌକା ବଳରେ ୫୭ ରନ କରି ଆଉଟ୍ ହୋଇଥିଲେ । ସେପଟେ ମନୀଷ ପାଣ୍ଡେ ୪୯ଟି ବଲରୁ ୩ଟି ଛକା ଏବଂ ୭ଟି ଚୌକା ବଳରେ ୮୩ ରନ୍ କରି ଅପରାଜିତ ରହିଥିଲେ । ଚେନ୍ନାଇ ପକ୍ଷରୁ ହରଭଜନ ସିଂହ ସର୍ବାଧିକ ୨ଟି ୱିକେଟ୍ ନେଇଛନ୍ତି ।