ମହଙ୍ଗା ପଡିଲା ଅମୋଣହୀ ମହାପ୍ରସାଦ ବିକ୍ରି ! ସୁଆର-ମହାସୁଆର ନିଯୋଗରୁ ନିଲମ୍ବିତ ହେଲେ ଗଦୁ ଦୀକ୍ଷିତ

44

କନକ ବ୍ୟୁରୋ : ଅମୁଣିଆ ମହାପ୍ରସାଦ ବିକ୍ରି ପ୍ରସଙ୍ଗରେ ଏକ ବଡ ପଦକ୍ଷେପ ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀଜୀଉଙ୍କ ନିକଟରେ ମଣୋହୀ ନ କରି ଆନନ୍ଦବାଜରରେ ମହାପ୍ରସାଦ ବିକ୍ରୀ କରିବା ବେଳେ କୋଠଭୋଗ ସୁଆର ଗଦୁ ଦୀକ୍ଷିତ ଧରାପଡିଥିଲେ । ତାଙ୍କୁ ସୁଆର ମହାସୁଆର ନିଯୋଗରୁ ନିଲମ୍ବିତ କରାଯାଇଥିଲା । ସୁଆର ମହାସୁଆର ନିଯୋଗର ଏକ ବୈଠକ ବସି ଏହି ନିଷ୍ପତି ନିଆଯାଇଥିଲା । ଏନେଇ ରୋଷଘର କାନ୍ଥରେ ବି ନୋଟିସ ଲଗାଯାଇଥିଲା । ଖବର ଅନୁସାରେ,ଗୁରୁବାରଦିନ ଏହି ସୁଆରଙ୍କ ପାଳି ଥିଲା । କୋଠଭୋଗ ପାଇଁ ସୁଭଦ୍ରାଙ୍କ ବାଡରେ ବିଡୁଆ ଥାଳି ବଢାଯାଇଥିଲା ।

sree mandir ସବୁ ଭୋଗ ବଢାଯାଇଥିବାବେଳେ ଏକ ଡାଲି ଆସିଥିବାର ଥିଲା । ତରବରରେ ଗଦୁ ଏହି ଡାଲି ନେଇ ଆସିବା ବେଳକୁ ଡେରା ପଡିଯାଇଥିଲା । ତେଣୁ ଏହା ଲାଗି ହୋଇପାରିନଥିଲା । ମଣୋହୀ ହୋଇନପାରିଲେ ଏହା କାହାକୁ ପରଷା ଯାଏ ନାହିଁ । ପରମ୍ପରା ଅନୁସାରେ ଏହା କୋଠଭୋଗକୁ ପୋତାଯାଏ । କିନ୍ତୁ ଗଦୁ ଏହାକୁ ନ ପୋତି ଆନନ୍ଦବଜାରକୁ ବିକ୍ରୀ ପାଇଁ ନେଇଯାଇଥିଲେ । ଆନନ୍ଦ ବଜାରରେ ସୁପରଭାଇଜର ଓ କମାଣ୍ଡର ପଂହଚିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା । ଏ ସମ୍ପର୍କରେ କମାଣ୍ଡର ସଂପୃକ୍ତ ନିଯୋଗକୁ ଖବର ଦେବା ପରେ ଏ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏହା ପରେ ଗଦୁ ଦୀକ୍ଷିତଙ୍କୁ ରୋଷ ବାସନ୍ଦ କରାଯାଇଛି ।