ବନ୍ୟା ଆଶଙ୍କା ନେଇ ଏସଆରସିଙ୍କ ସୂଚନା : କହିଲେ, ଚାନ୍ଦବାଲିରେ ବଢୁଛି ଜଳସ୍ତର,ବୈତରଣୀ ଅବବାହିକାରେ ବିପଦ ନାହିଁ

41

କନକ ବ୍ୟୁରୋ : ରାଜ୍ୟରେ ବନ୍ୟା ପରିସ୍ଥିତି ନାହିଁ ବୋଲି କହିଛନ୍ତି ଏସଆରସି ବିଷ୍ଣୁପଦ ସେଠୀ । ଚାନ୍ଦବାଲିରେ ଜଳସ୍ତର ବଢୁଛି । ଆରଡ଼ିି ଲୁଣା ବନ୍ଧ ଟପି ୨ ଫୁଟର ପାଣି ପ୍ରବାହିତ ହେଉଛି । ୨୪ଘଂଟାରେ ବର୍ଷା କମିଥିବାରୁ ଆଖୁଆପଦାରେ ଜଳସ୍ତର ୧୮ ଦଶମିକ ୪୧ ମିଟର ରହିଛି । ୧୯ ମିଟର ଟପିଲେ ବନ୍ୟା ଆଶଙ୍କା ରହିଛି । ଆନନ୍ଦପୁର, ଘସିପୁରା, ହାଟଡିହି, କୋରେଇ, ଯାଜପୁର, ଆଳି, ରାଜକନିକାରେ ଓଡ୍ରାଫ ଓ ଏନଡିଆରଏଫ ମୁତୟନ ଅଛନ୍ତି । ବୈତରଣୀ ଅବବାହିକାରେ ବିପଦ ନାହିଁ ବୋଲି ଏସଆରସି କହିଛନ୍ତି ।

ସେପଟେ ପାଣି ବଢିବା ପରେ ୪ଟି ଜିଲ୍ଲାକୁ ସତର୍କ କରାଇଛି ଜଳସମ୍ପଦ ବିଭାଗ । ଏହି ଜିଲ୍ଲାଗୁଡିକ ହେଲା ଭଦ୍ରକ, କେନ୍ଦୁଝର, ଯାଜପୁର ଓ କେନ୍ଦ୍ରପଡା । ଏହି ଜିଲ୍ଲାର ଜିଲ୍ଲାପାଳଙ୍କୁ ପରିସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟାରେ ଏହି ଜିଲ୍ଲାଗୁଡିକର ୧୪ଟି ବ୍ଲକ ପ୍ରଭାବିତ ହେବା ଆଶଙ୍କା ରହିଛି । ସଂପୃକ୍ତ ଅଂଚଳର କ୍ଷେତ୍ର କର୍ମଚାରୀଙ୍କୁ କୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷକରି ନଦୀବନ୍ଧର ଦୁର୍ବଳ, କେନାଲ ବନ୍ଧ ଉପରେ ସତର୍କ ଦୃଷ୍ଟି ରଖିବାକୁ କୁହାଯାଇଛି । ଓଡ୍ରାଫ ଓ ଏନଡିଆରଏଫ କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।

ବୈତରଣୀ ନଦୀରେ ବନ୍ୟା ଜଳ ବଢିବାରୁ ଭଦ୍ରକର ନଈକୂଳିଆ ଅଂଚଳରେ ବନ୍ୟା ପରିସ୍ଥିତି ଦେଖା ଦେଇଛି । ଭଦ୍ରକର ମାଲଦା ନିକଟରେ ପୋଲ ଉପରେ ୪ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ଧାମନଗର ଅଚଂଳରେ ଜଳସ୍ତର ବଢୁଥିବାରୁ ଖବର ଆସିଛି । ସେହିପରି ଭଣ୍ଡାରୀ ପୋଖାରୀ , ତିହିଡି ଓ ଭଦ୍ରକ ସଦର ବ୍ଲକରେ ବିଭିନ୍ନ ଗାଁ ବୈତରଣୀ ନଈର ବନ୍ୟା ପାଣିରେ ଜଳବନ୍ଦୀ ହୋଇଛି । ଏହି ୪ଟି ବ୍ଲକର ଶହେରୁ ଅଧିକ ପଂଚାୟତ ପାଣି ଘେରରେ ରହିଛି । ସେପଟେ ଆଖୁଆପଦାରେ ବିପଦ ସଙ୍କେତ ପାଖାପାଖି ବନ୍ୟା ଜଳ ପ୍ରବାହିତ ହେଉଥିବା ଖବର ଆସିଛି । ଅନ୍ୟପଟେ ଭଦ୍ରକର ଚାନ୍ଦବାଲିରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଆରଡି, ସୁନ୍ଦରପୁର, ନାନ୍ଦପୁର ଏବଂ ଓଗଳି ପଂଚାୟତର ହଜାର ହଜାର ଲୋକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି । ଅନେକ ଗାଁରେ ବନ୍ୟା ପାଣି ପଶିଥିବାରୁ ଲୋକେ ଜଳବନ୍ଦୀ ହୋଇପଡିଛନ୍ତି । ଧିରେ ଧିରେ ବନ୍ୟା ପରିସ୍ଥିତି ସଙ୍ଗୀନ ହେବାରେ ଲାଗିଛି ।

ବର୍ଷା ପରେ ବନ୍ୟା ବିତ୍ପାତ । କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ବୈତରଣୀ ଏବଂ ତାର ଶାଖା ନଦୀ ଗୁଡ଼ିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପଟ୍ଟାମୁଣ୍ଡାଇ ବ୍ଲକର ୫ଟି ପଂଚାୟତ ଏବଂ ଆଳି ବ୍ଲକର ୧୦ଟି ପଂଚାୟତରେ ପାଣି ପଶିଛି । ଫଳରେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ବାସିନ୍ଦା । ଜଳସ୍ତର ବଢିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଏହା ସହ ସାଧାରଣ ଜୀବନଯାତ୍ରା ବ୍ୟାହାତ ହୋଇଛି । ରାସ୍ତାଘାଟରେ ପାଣି ଜମିବା ଦ୍ୱାରା ଲୋକଙ୍କ ଯାତାୟତରେ ବାଧାସୃଷ୍ଟି ହୋଇଛି । ସେହିପରି ଚାଷ ଜମିଗୁଡ଼ିକରେ ମଧ୍ୟ ଅଂଟାଏ ଅଂଟାଏ ପାଣି ଜମିଥିବା ଦେଖିବାକୁ ମିଳିଛି ।

ଉପର ମୁଣ୍ଡରେ ଲଗାଣ ବର୍ଷା ହେବା ପଂଳରେ ବୈତରଣୀ ନଦୀରେ ପୁଣି ବନ୍ୟା ଆସିଛି । ଗତକାଲି ବୈତରଣୀ ନଦୀ ଆଖୁଆପଦା ଠାରେ ବିପଦ ସଂକେତ ୧୭.୮୩ ଥିବା ବେଳେ ବର୍ତମାନ ୧୮.୪୬ ଉପରେ ପ୍ରବାହିତ ହୋଉଛି । ପଂଳରେ ଯାଜପୁର ଜିଲାର କୋରେଇ, ଯାଜପୁର ଓ ଦଶରଥପୁର ବ୍ଲକର ତଳିଆ ଅଂଚଳରେ ବନ୍ୟା ଜଳ ପ୍ରବେଶ କରିଛି । ବିଶେଷ କରି ନଦୀ କୂଳିଆ ଅଂଚଳରେ ବନ୍ୟା ଜଳ ପ୍ରବେଶ କରିବା ପଂଳରେ ଜନଜୀବନ ପ୍ରଭାବିତ ହୋଇଛି । କେତେକ ସ୍ଥାନରେ ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହୋଇଥିବାରୁ ଯାତାୟତରେ ସମସ୍ୟା ସୃଷ୍ଟି ହୋଇଛି । ବାସଗୃହରେ ମଧ୍ୟ ବନ୍ୟା ପାଣି ଘେରିରହିଥିବା ଯୋଗୁ ବିପର୍ଯ୍ୟସ୍ତ ଅବସ୍ଥା ହୋଇଛି ।

ଲଗାଣ ବର୍ଷା ଯୋଗୁଁ ଆନନ୍ଦୁପରଠାରେ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଗତକାଲି ସଂନ୍ଧ୍ୟାରେ ଆନନ୍ଦପୁରରେ ବୈତରଣୀ ନଦୀର ଜଳସ୍ତର ବିପଦ ସଂକେତ ଟପିଥି ବା ବେଳେ ଆଜି ଦିନ ୧୦ଟା ସୁଦ୍ଧା ହ୍ରାସ ପାଇଛି ।ବୈତରଣୀର ବିପଦ ସଂକେତ ୩୮.୬୦୦ ମିଟର ରହିଥିବା ବେଳେ ଆଜି ଦିନ ୧୦ ଟାସୁଦ୍ଧା ୩୭ ମିଟରକୁ ଖସିଆସିଛି । ପ୍ରଶାସନ ପକ୍ଷରୁ ତଳିଆ ଅଂଚଳ ଲୋକଙ୍କୁ ସତର୍କ କରାଯାଇଛି ।

କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ଆଇତିପୁର ପଂଚାୟତର ରାଘବପୁର ଓ ନୁଆଗାଁ ଗାଁ ପାଣିଘେରରେ ରହିଛି । ବୈତରଣୀର ବନ୍ୟାଜଳ ଗତକାଲି ରାତିରୁ ଗାଁ ଭିତରେ ପ୍ରବେଶ କରିବାରୁ ଏହି ଦୁଇଟି ଗାଁ ରାସ୍ତାରେ ୪ଫୁଟ ଉଚ୍ଚର ପାଣି ଚାଲଛି । ଫଳରେ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି ଏହି ଦୁଇଟି ଗାଁ । ୧୦୦ରୁ ଉର୍ଦ୍ଧ ପରିବାର ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ରାଘବପୁର ସ୍କୁଲ ଭିତରେ ପାଣି ପସିଯାଇଥିବାରୁ ଆଜି ସ୍କୁଲ ବନ୍ଦ ରହିଛି । ସେହିପରି ଶାଳଣିଆଁ ହାବଳେଶ୍ୱର, ଗେଡମା ଜାବିନିପୁର ରାସ୍ତାରେ ତିନିଫୁଟ ଉଚ୍ଚର ପାଣି ଚାଲୁଥିବାରୁ ଯାତାୟତ ବନ୍ଦ ହୋଇଯାଇଛି । ଏହା ସହ ଶହଶହ ହେକ୍ଟର ଚାଷଜମି ଜଳମଗ୍ନ ହୋଇ ରହିଯାଇଛି ।