ରାଜ୍ୟରେ ବନ୍ୟା ସ୍ଥିତି ସାମାନ୍ୟ ହୋଇଛି : ସ୍ୱତନ୍ତ୍ର ରିଲିଫ୍ କମିଶନର୍

20

କନକ ବ୍ୟୁରୋ : ରାଜ୍ୟରେ ବନ୍ୟା ସ୍ଥିତି ସାମାନ୍ୟ ହୋଇଥିବା ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର୍ । ନଦୀ ଗୁଡିକରେ ଜଳସ୍ତର କମିଛି । ତେବେ ନବରଙ୍ଗପୁର ଓ ମାଲକାନଗିରିରେ ସତର୍କ ବଜାୟ ରହିଥିବା ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି । ନବରଙ୍ଗପୁରର ୩ଟି ଗାଁରେ ପାଣି ଘେରରେ ଥିବାବେଳେ ସେଠାରୁ ପ୍ରାୟ ୨ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିବା କହିଛନ୍ତି ଏସଆରସି । ସେପଟେ ନିୟମଗିରିରେ ଥିବା ଡଙ୍ଗରିଆ କନ୍ଧଙ୍କୁ ହେଲିକପ୍ଟର ଯୋଗେ ରିଲିଫ ସାମଗ୍ରୀ ବଂଟାଯାଇଛି । ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ ଟିମ ନିୟୋଜିତ ଥିବା ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି ।