ଝଡ଼ବାତ୍ୟାରେ ମୃତ୍ୟୁ ସଂଖ୍ୟାକୁ ନେଇ ବିବାଦ ଭିତରେ ସରକାରଙ୍କ ସ୍ପଷ୍ଟୀକରଣ : ଏସଆରସି କହିଲେ, ୨୬ ଜଣଙ୍କ ଜୀବନ ନେଇଛି ତିତଲି,ପ୍ରଭାବିତ ହୋଇଛନ୍ତି ୫୭ ଲକ୍ଷ

27

କନକ ବ୍ୟୁରୋ : ଝଡ଼ବାତ୍ୟାରେ ମୃତ୍ୟୁ ନେଇ ବିବାଦ ମଧ୍ୟରେ ଆଜି ସରକାର ସଷ୍ଟୀକରଣ ରଖିଛନ୍ତି । ତିତଲୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୨୬ ଜଣ ପ୍ରାଣ ହରାଇଛି । ଏମାନଙ୍କ ମଧ୍ୟରେ କେବଳ ଗଜପତି ଜିଲ୍ଲାରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହ ୫୭ ଲକ୍ଷ ପ୍ରଭାବିତ ହୋଇଥିଲା କହିଛନ୍ତି ଏସଆରସି । ଏସଆରସି କହିିଛନ୍ତି, ୧୬ଟି ଜିଲ୍ଲାର ୧୪୪ଟି ବ୍ଲକରେ ୫୭ ଲକ୍ଷ ଲୋକଙ୍କ ଉପରେ ତିତଲିର ପ୍ରଭାବ ପଡିଛି ।

ଗଞ୍ଜାମ, ଗଜପତି, ରାୟଗଡା ଓ କନ୍ଧମାଳର ରାସ୍ତାଘାଟ ଅଧିକ ପ୍ରଭାବିତ ହୋଇଛି । ୧.୪୮ ଲକ୍ଷ ହେକ୍ଟର ଜମିରେ ଧାନ ଫସଲ ନଷ୍ଟ ହୋଇଛି । ମୃତ୍ୟୁ ଖବର ଆସିଲେ ସଂପୃକ୍ତ ଜିଲ୍ଲାର ଅଧିକାରୀଙ୍କ ଦ୍ୱାରା ତଦନ୍ତ କରାଯାଉଛି । ତିତଲି କ୍ଷୟକ୍ଷତି ସମ୍ପର୍କିତ ରିପୋର୍ଟ ଆସନ୍ତାକାଲି ସୁଦ୍ଧା ପଂହଚିବ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ରାଜ୍ୟର ଉପକୂଳବର୍ତୀ ଜିଲ୍ଲୀରେ ତିତଲି ର ପ୍ରଭାବ ପଡିଥିଲା । ଏଥିରେ ୩ଟି ଜିଲ୍ଲା ଗଜପତି, ଗଞ୍ଜାମ ଓ ରାୟଗଡା ବେଶୀ ପ୍ରଭାବିତ ହୋଇଥିଲା । ବିଶେଷକରି ଗଜପତି ବେଶୀ ପ୍ରଭାବିତ ହୋଇଥିଲା