ଅଲ୍ ଦି ବେଷ୍ଟ ଶ୍ରାବଣୀ : ରାତି ପାହିଲେ ରିଓରେ ଟ୍ରାକକୁ ଓହ୍ଲାଇବେ ଦୌଡରାଣୀ ଶ୍ରାବଣୀ

47

sravani in rioରିଓ ଟ୍ରାକରେ ଦୌଡିବେ କନ୍ଧମାଳର ଦୌଡରାଣୀ। ବିଶ୍ୱର ଶ୍ରେଷ୍ଠ ଦୌଡାଳିଙ୍କ ସହ ଭାଗ୍ୟ ପରୀକ୍ଷା କରିବେ ଓଡିଆ ସ୍ପ୍ରିଂଟର ଶ୍ରାବଣୀ ନନ୍ଦ। ଅଲିମ୍ପିକ୍ସର ୨ ଶହ ମିଟର ରେସରେ ଓଡିଆ ଝିଅଙ୍କ ଅଗ୍ନିପରୀକ୍ଷା। ଏଥିପାଇଁ ଶ୍ରାବଣୀଙ୍କୁ ଶୁଭେଚ୍ଛା ଜଣାଇଛି ସାରା ଓଡିଶା। ଶ୍ରାବଣୀଙ୍କ ଘରେ ବି ପୂଜାର୍ଚନା ଚାଲିଛି। ଝିଅର ସଫଳତା କାମନା କରି ପ୍ରାର୍ଥନା କରୁଛନ୍ତି ପୁରା ପରିବାର। ସୁନା ଝିଅ ଅଲିମ୍ପିକ୍ସରେ ନିଶ୍ଚିତ ପଦକ ଆଣିବେ ବୋଲି ସମସ୍ତଙ୍କ ଆଶା।

sravani in rioକନ୍ଧମାଳରୁ ବ୍ରାଜିଲର ରିଓ ଡି ଜେନିରୋ। ଶ୍ରାବଣୀଙ୍କ ଏହି ଯାତ୍ରା ଯେତିକି ରୋମାଂଚକର ସେତିକି ସଂଘର୍ଷମୟ। ଅନ୍ତର୍ଜାତୀୟ ଟ୍ରାକରେ ଦୌଡିବାକୁ ସଂଘର୍ଷ କରୁଥିବା ଶ୍ରାବଣୀଙ୍କ ପାଇଁ ଏହା କୌଣସି ସ୍ୱପ୍ନଠୁ କମ୍ ନଥିଲା। ଘରେ ମାଳ ମାଳ ମେଡାଲ୍। ଗୋଲ୍ଡ , ସିଲଭର ଓ ବ୍ରୋଞ୍ଜ। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଚାମ୍ପିଅନ୍। ତଥାପି ଟାର୍ଗେଟ୍ ରହିଛି ଅଲିମ୍ପିକ୍ସ ମେଡାଲ୍।

sravani in rioଅଲିମ୍ପିକ୍ସ ପାଇଁ କାଜାଖସ୍ତାନରେ ଟାର୍ଗେଟ୍ ଥିଲା ୨୩. ୨୦ ସେକେଣ୍ଡ ହେଲେ ୨୩.୦୭ ସେକେଣ୍ଡରେ ୨ ଶହ ମିଟର ଦୌଡି ଜାତୀୟ ରେକର୍ଡ କରିଥିଲେ ଶ୍ରାବଣୀ। ଏଥିସହ ପାଇଥିଲେ ରିଓ ଟିକେଟ୍। ଶ୍ରାବଣୀଙ୍କ ପ୍ରେରଣା ହେଉଛନ୍ତି ଜାମାଇକାନ୍ ସ୍ପ୍ରିଂଟ କିଙ୍ଗ ଉସେନ୍ ବୋଲ୍ଟ। ରିଓ ଅଲିମ୍ପିକ୍ସର ଶହେ ମିଟରରେ ଦୂତି ନିରାଶ କରିବା ପରେ ଏବେ ସମସ୍ତଙ୍କ ନଜର ରହିଛି ଶ୍ରାବଣୀଙ୍କ ଉପରେ।