ରିଓ ଅଲିମ୍ପିକ୍ସରେ ଆଜି ୨୦୦ ମିଟର ଦୌଡ ଉପରେ ନଜର : ଟ୍ରାକକୁ ଓହ୍ଲାଇବେ ଓଡିଆ ଧାବିକା ଶ୍ରାବଣୀ ନନ୍ଦ

60

ରିଓ ଡି ଜେନିରୋ : ଆଜି ରିଓ ଟ୍ରାକରେ ଦୌଡିବେ ଓଡିଆ ଝିଅ ଶ୍ରାବଣୀ ନନ୍ଦ। ଦୂତି ଚାନ୍ଦ ନିରାଶ କରିବା ପରେ ଏବେ ଶ୍ରାବଣୀଙ୍କ ଉପରେ ସମସ୍ତଙ୍କ ନଜର। ସେପଟେ ଝିଅର ଶୁଭ ମନାସି ଘରେ ଆରମ୍ଭ ହୋଇଯାଇଛି ପୂଜାର୍ଚନା। ୨ ଶହ ମିଟର ଦୌଡରେ ଉନ୍ନତ ପ୍ରଦର୍ଶନ କରି ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିବା ଶ୍ରାବଣୀଙ୍କ ଠାରୁ ଏବେ ଅନେକ ଆଶା। କାରଣ, ଶ୍ରାବଣୀ ଜଣେ ଏଭଳି ଆଥଲେଟ୍ ଯିଏ ଚାପ ଭିତରେ ବି ଖୁବ ଭଲ ପ୍ରଦର୍ଶନ କରିବାର ସାମର୍ଥ୍ୟ ରଖନ୍ତି।

ଆଜି ସଂଧ୍ୟା ୬ଟାରେ ଆରମ୍ଭ ହେବ ୨୦୦ ମିଟର ହିଟ୍ସ। ଏହା ପୂର୍ବରୁ କନକ ନ୍ୟୁଜକୁ ଏକ୍ସକ୍ଲୁସିଭ ପ୍ରତିକ୍ରିୟା ଦେଇ ଅଲିମ୍ପିକ୍ସ ସଫଳତା ପାଇଁ ଶ୍ରାବଣୀ ରାଜ୍ୟବାସୀଙ୍କ ଆଶୀର୍ବାଦ ଲୋଡିଛନ୍ତି।