ବାହୁବଲୀ ପ୍ରଭାସଙ୍କ ଜଳଖିଆ ! ସାହୋ ଫିଲ୍ମ ସେଟରୁ ଫଟୋ ସେୟାର କଲେ ଶ୍ରଦ୍ଧା

71

କ୍ୟାମେରା ପ୍ରସ୍ତୁତ । ସେଟ୍ ପ୍ରସ୍ତୁତ । କେବଳ ଅପେକ୍ଷା ଥିଲା ହିରୋଇନଙ୍କ ଏଣ୍ଟ୍ରିକୁ । ଆଉ ହିରୋଇନ ଆସିବା ପରେ ଆରମ୍ଭ ହୋଇଛି ସୁଟିଂ । ଆମେ କହୁଛୁ ବାହୁବଲୀ ଫେମ ପ୍ରଭାସ ଓ ବଲିଉଡର ହସିନା ଗାର୍ଲ ଶ୍ରଦ୍ଧା କପୁରଙ୍କ ଅଗାମୀ ଚଳଚ୍ଚିତ୍ର ସାହୋ ଫିଲ୍ମ କଥା । ଶ୍ରଦ୍ଧା ନିଜ ଫିଲ୍ମ ପ୍ରମୋସନ ସମାପ୍ତ କରିବା ପରେ ହାଇଦ୍ରାବାଦରେ ସାହୋ ଫିଲ୍ମର ଟିମ୍ ସହ ଯୋଗ ଦେଇଛନ୍ତି । ସୁଟିଂ ମଧ୍ୟ ଜୋରସୋରରେ ଚାଲିଛି । ଏସବୁ ଭିତରେ ସୁଟିଂ ସେଟରୁ ଆସିଥିବା ଏକ ଫଟୋକୁ ନେଇ ଜୋର ଧରିଛି ଚର୍ଚ୍ଚା । ଏହି ଫଟୋକୁ ଦେଖିବା ପରେ ଆପଣଙ୍କ ପାଟିରେ ଲାଳ ଆସିଯିବ ।

saahoଏବେ ସୁଟିଂ ସେଟରେ ଶ୍ରଦ୍ଧା ଓ ପୂରା ଟିମ ହାଇଦ୍ରାବାଦୀ ଖାଦ୍ୟର ମଜା ଉଠାଉଛନ୍ତି । ଆଉ ଶ୍ରଦ୍ଧାଙ୍କ ପାଇଁ ଡାର୍ଲିଙ୍ଗ ପ୍ରଭାସ ଏଭଳି ବ୍ୟବସ୍ଥା କରିଛନ୍ତି । ତା ଛଡା ହାଇଦ୍ରାବାଦକୁ ଫିଲ୍ମ ସୁଟିଂ କରିବାକୁ ଆସିଥିବା ଶ୍ରଦ୍ଧାଙ୍କ ବେଶ ଯତ୍ନ ନେଉଛନ୍ତି ପ୍ରଭାସ । ଯେତେବେଳେ ଶ୍ରଦ୍ଧା ସାହୋ ସୁଟିଂରେ ପହଞ୍ଚିଲେ ତାଙ୍କୁ ଖୁବ ସୁନ୍ଦର ଭାବେ ସ୍ୱାଗତ କରାଯାଇଥିଲା । ଯେଉଁ ଅନୁଭୂତିକୁ ସେ ନିଜ ଇନଷ୍ଟାଗ୍ରାମ ପେଜରେ ସେୟାର କରିଛନ୍ତି । ତା ସହିତ ହାଇଦ୍ରାବାଦରେ ଯେପରି ଶ୍ରଦ୍ଧାଙ୍କର କୌଣସି ଅସୁବିଧା ନ ହୁଏ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯାଇଛି ।

ଆକ୍ସନ ଓ ଡ୍ରାମାଭିତ୍ତିକ ଫିଲ୍ମ ‘ସାହୋ’ରେ ଉଭୟ ପ୍ରଭାସ ଓ ଶ୍ରଦ୍ଧା ଲିଡ଼ ରୋଲରେ ନଜରକୁ ଆସିବେ । ତେଲଗୁ ନିର୍ଦ୍ଦେଶକ ସୁଜିତଙ୍କ ନିର୍ମିତ ଏହି ଫିଲ୍ମଟି ତେଲୁଗୁ,ତାମିଲ ଓ ହିନ୍ଦୀ ଭାଷାରେ ରିଲିଜ ହେବ ।ଏହି ଫିଲ୍ମରେ ବାହୁବଳୀ ପ୍ରଭାସ ଏକ ଦମଦାର ଭୂମିକାରେ ନଜରକୁ ଆସିବେ । ପୁଣିଥରେ ଦର୍ଶକ ପ୍ରଭାସଙ୍କୁ ଆକସନ ମୁଡରେ ଦେଖିବାକୁ ପାଇବେ ।ସାହୋ ଫିଲ୍ମରେ ପ୍ରଭାସଙ୍କ ଅଭିନୟ କରୁଥିବାରୁ ଶ୍ରଦ୍ଧା ମଧ୍ୟ ବେଶ୍ ଖୁସି ଅଛନ୍ତି ।

ପୂର୍ବରୁ ଏହି ସାହୋ ଫିଲ୍ମର ନାୟିକା ଭାବେ ସାଉଥ ସୁନ୍ଦରୀ ଅନୁଷ୍କାଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା ।ଦର୍ଶକ ମାନେ ମଧ୍ୟ ପୁଣିଥରେ ସିଲଭର ସ୍କ୍ରିନରେ ବାହୁବଳୀର ହିଟ୍ ଯୋଡିକୁ ଦେଖିବା ପାଇଁ ବହୁତ ଖୁସି ଥିଲେ । କିନ୍ତୁ ମୋଟାପଣ ପାଇଁ ଏହି ଫିଲ୍ମଟିକୁ ହାତଛଡା କରିଥିଲେ ଅନୁଷ୍କା । ଆଉ ତାଙ୍କ ସ୍ଥାନରେ ବାଜି ମାରି ନେଇଥିଲେ ବଲିଉଡ ସୁନ୍ଦରୀ ଶ୍ରଦ୍ଧା ।
ସୌଜନ୍ୟ- ଆଜତକ୍