ରିଓ ଆଣିଛି ଶ୍ରାବଣୀଙ୍କ ପାଇଁ ଅଭୁଲା ସ୍ମୃତି : ଦୌଡ ସମ୍ରାଟ ବୋଲଟଙ୍କୁ ଭେଟି ଉଠାଇଲେ ଫଟୋ

129

କନକ ବ୍ୟୁରୋ : ଦୂତୀଙ୍କ ପରେ ଏବେ ଓଡିଆ ଝିଅ ଶ୍ରାବଣୀଙ୍କ ଉପରେ ସାରା ଦେଶର ନଜର । ଟ୍ରାକରେ ନିଶ୍ଚୟ କିଛି କମାଲ କରିବେ ୨୦୦ ମିଟର ପାଇଁ ଦଉଡୁଥିବା ଏହି ରାଜକୁମାରୀ । ଏହି ଆଶାରେ ଏବେ ଦେଶବାସୀ । ତେବେ ରିଓ ଅଲିମ୍ପିକ୍ସରେ ନିଜ ଇଭେଂଟ ପୂର୍ବରୁ ଦଉଡ ସାମ୍ରାଜ୍ୟର ରାଜା ଉସେନ ବୋଲଟଙ୍କ ସହ ତାଙ୍କର ଭେଟ ହୋଇଛି । ଉସେନ ବୋଲଟଙ୍କୁ ଭେଟିଛନ୍ତି ଶ୍ରାବଣୀ । ବିଶ୍ୱରୁ ଦ୍ରୁତତମ ଧାବକ ବୋଲଟଙ୍କୁ ଭେଟିବା ସହ ତାଙ୍କ ସହ ଫଟୋ ଉଠାଇଛନ୍ତି ଶ୍ରାବଣୀ । ଏହି ଫଟୋ ସେ କନକ ନ୍ୟୁଜକୁ ପଠାଇ ସେ ନିଜର ଖୁସିର ମୂହୁର୍ତକୁ ବାଂଟିଛନ୍ତି । ଆସନ୍ତାକାଲି ଶ୍ରାବଣୀ ନିଜ ଇଭେଂଟ ୨୦୦ ମିଟର ଦଉଡ ପାଇଁ ଟ୍ରାକକୁ ଓହ୍ଲାଇବେ । ଓଡିଶାର ଏହି ସୁନା ଝିଅ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିବେ ଏହି ଆଶା ଓ ବିଶ୍ୱାସରେ ସମସ୍ତେ ।