ନିରାଶ କଲେ ଶ୍ରାବଣୀ : ହିଟ୍ସରେ ଷଷ୍ଠ ସ୍ଥାନ ସହ କନ୍ଧମାଳ କୁଇନଙ୍କ ରିଓ ଅଭିଯାନ ଶେଷ

38

କନକ ବ୍ୟୁରୋ : ରିଓ ଟ୍ରାକରେ ଫେଲ୍ ମାରିଲେ କନ୍ଧମାଳର ଦୌଡରାଣୀ । ୨ ଶହ ମିଟର ରେସରେ ଶ୍ରାବଣୀଙ୍କୁ ମିଳିଛି ଷଷ୍ଠ ସ୍ଥାନ। ହିଟ୍ସ-୫ରେ ଦୌଡିଥିବା ଶ୍ରାବଣୀ ୨ ଶହ ମିଟର ପାଇଁ ୨୩.୫୮ ସେକେଣ୍ଡ ସମୟ ନେଇଛନ୍ତି । ଫଳରେ ଷଷ୍ଠ ସ୍ଥାନ ସହ ଅଲିମ୍ପିକ୍ସରୁ ବାଦ୍ ପଡିଛନ୍ତି ଏହି ଓଡିଆ ଧାବିକା । ୨ଶହ ମିଟର ଅତିକ୍ରମ କରିବା ପାଇଁ ଯୋଗ୍ୟତା ପର୍ଯ୍ୟାୟ ଠାରୁ ବି ଅଧିକ ସମୟ ଦେଇଛନ୍ତି ଶ୍ରାବଣୀ ।

ଯୋଗ୍ୟତା ପର୍ଯ୍ୟାୟରେ ଶ୍ରାବଣୀ ୨୩ ଦଶମିକ ୦୭ ସେକେଣ୍ଡରେ ୨ଶହ ମିଟର ଅତିକ୍ରମ କରିଥିଲେ । ଶ୍ରାବଣୀ ୨ଶହ ମିଟର ଦୌଡ଼ରେ ଫେଲ ମାରିବା ପରେ ରିଓ ଅଲିମ୍ପିକ୍ସରେ ଓଡିଆଙ୍କ ଅଭିଯାନ ଶେଷ ହୋଇଛି । ପୂର୍ବରୁ ଶହେ ମିଟର ଦୌଡ଼ରେ ଦୂତୀ ଚାନ୍ଦ ନିରାଶ କରିଥିବା ବେଳେ ମହିଳା ହକିରେ ଓଡିଶାରୁ ଦେଶ ପାଇଁ ପ୍ରତିନିଧିତ୍ୱ କରୁଥିବା ୪ ଓଡିଆ ଖେଳାଳି ମଧ୍ୟ ପ୍ରତିଯୋଗିତାରୁ ବାଦ୍ ପଡ଼ିଛନ୍ତି ।