ଆଜି ଶ୍ରାବଣ ମାସର ସୋମବାର : ପାଣି ଢାଳିବା ପାଇଁ ଶୈବପୀଠ ଗୁଡିକରେ ଭିଡ

161

କନକ ବ୍ୟୁରୋ : ଆଜି ତୃତୀୟ ଶ୍ରାବଣ ସୋମବାର । ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ବିଭିନ୍ନ ଶୈବପୀଠରେ କାଉଡିଆମାନେ ଧାଡି ଲଗାଇଛନ୍ତି । ଶିବମନ୍ତ୍ରରେ ଫାଟିପଡୁଛି ଶୈବପୀଠ । ହଜାର ହଜାର ସଂଖ୍ୟାରେ ମାନସିକଧାରୀ କାଉଡିଆ ମହାଦବଙ୍କୁ ଜଳାଭିଷେକ କରୁଛନ୍ତି । ଶିଶୁଙ୍କଠାରୁ ମହିଳା ପର୍ୟ୍ୟନ୍ତ ହଜାର ହଜାର ସଂଖ୍ୟାରେ ମାନସିକଧାରୀ କାଉଡିଆ ମହାଦବଙ୍କୁ ଜଳାଭିଷେକ କରୁଛନ୍ତି ।

kaudia

ଶୃଙ୍ଖଳିତ ଭାବେ ଜଳଲାଗି କରିବା ପାଇଁ ମନ୍ଦିରମାନଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି । କାନ୍ଧରେ କାଉଡି ଧରି ପାଣି ଭାର ବୋହି ତୁଣ୍ଡରେ ବୋଲବମ୍ ହରହର ବମ୍ ମନ୍ତ୍ର ଉଚ୍ଚାରଣ କରି କାହିଁ କେତେ ବାଟରୁ କାଉଡିଆମାନେ ଧାଇଁ ଆସିଛନ୍ତି ଶିବାଳୟକୁ । ବିଶ୍ୱାସ ରହିଛି ଶ୍ରାବଣ ସୋମବାରରେ ଶିବଲିଙ୍ଗରେ ଜଳଲାଗି କଲେ ମାନସିକ ପୂରଣ ହୋଇଥାଏ ।

ସେପଟେ ରାଉରକେଲାରେ ୪ଜଣ କାଉଡିଆଙ୍କୁ ଦଳିଦେଲା ଲୌହଦାନବ । ପାନପୋଷ ଷ୍ଟେସନରେ ଓହ୍ଲାଇ ବେଦବ୍ୟାସରେ ପାଣି ଢ଼ାଳିବା ପାଇଁ ବ୍ରାହ୍ମଣୀ ବ୍ରିଜ୍ ଉପରେ ଚାଲିଚାଲି ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି । ୩ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଥିବାବେଳେ ଅନ୍ୟ ଜଣଙ୍କ ମୃତ ଦେହ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ରାସ୍ତାରେ ନଯାଇ ଟ୍ରେନ୍ ଟ୍ରାକରେ କାଉଡିଆ ମାନେ ଯାଉଥିଲେ ବୋଲି ଜଣାପଡିଛି ।