ସୋସିଆଲ ମିଡିଆରେ ଶୋଷିତ

25

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଜଣେ ବଡ ଠକଙ୍କୁ ମୁକାବିଲା କରିବା ପାଇଁ ସୋସିଆଲ୍ ମିଡିଆରେ ଏକାଠି ହେଲେ ଠକାମୀର ଶିକାର ହୋଇଥିବା ଲୋକ । ସମସ୍ତେ ନିଜ ନିଜର ଅନୁଭବ ସେୟାର କରିଥିଲେ । ଏହାପରେ ଏକାଠି ହୋଇ ଆରମ୍ଭ କରିଥିଲେ ଯୁଦ୍ଧ । ଆଉ ତାପରେ ଧରାପଡିଲେ ସ୍ପ୍ରିଂ ସିଟି ସ୍କାମର ମାଷ୍ଟର ମାଇଣ୍ଡ ସତ୍ୟବ୍ରତ ଧୀର ।

ସ୍ପ୍ରିଂ ସିଟିରେ ଘର କିଣିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଦେଇ ଠକି ଯାଇଥିବା ଲୋକେ ଏକାଠି ହୋଇଥିଲେ ଗ୍ରୁପରେ । ଗୋଟିଏ ଥିଲା କମ୍ପ୍ଲେନ ପେଜ୍ ଅନ୍ୟଟି ଥିଲା ଓାଟ୍ସଅପ ଗ୍ରୁପ । ସମସ୍ତଙ୍କର ଏକା ଅଭିଯୋଗ । କିନ୍ତୁ ପ୍ରତିଶ୍ରୁତି ମୁତାବକ ନିର୍ଦ୍ଧାରିତ ସମୟରେ ମିଳିନଥିଲା ଘର । ଏପରିକି ଚାରି ପାଂଚ ବର୍ଷ ବିତିଯାଇଥିଲେ ମଧ୍ୟ ଦେଖାଯାଇଥିବା ନର୍ଦ୍ଧାରିତ ସ୍ଥାନରେ କିଛି ଘରର ମୁଳଦୁଆ ବି ପଡିନଥିଲା । ଏହିଠାରୁ ହିଁ ଆରମ୍ଭ ହୋଇଥିଲା ଠକ ବିଲଡରଙ୍କ ବିରୋଧରେ ପଦକ୍ଷେପ ନେବାର ଅଭିଯାନ ।

ଶେଷରେ ସୋସିଆଲ ମିଡ଼ିଆ ଏହି ଶୋଷିତମାନଙ୍କର ବଡ଼ ସାହାରା ପାଲଟିଲା । ସମସ୍ତେ ସୋସିଆଲ ମିଡ଼ିଆରେ ଏକାଠି ହେବା ପରେ ସତ୍ୟବ୍ରତଙ୍କ ବିରୋଧରେ ଲଢ଼ିବାକୁ ସାହାସ ଜୁଟାଇ ପାରିଲେ ।