କମିଶନରେଟ ପୁଲିସର ଟାର୍ଗେଟରେ ଧୀର୍ ବ୍ରଦର୍ସ

23

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସ୍ପ୍ରିଙ୍ଗ ସିଟିର ଠକେଇ ଅଭିଯୋଗ ପରେ, ଏବେ କମିଶନରେଟ ପୁଲିସର ଟାର୍ଗେଟରେ ଧୀର୍ ବ୍ରଦର୍ସ । କୋଟି କୋଟି ଟଙ୍କା ଠକି ଜେଲରେ ଥିବା ସତ୍ୟବ୍ରତଙ୍କ ବାହୁବଳୀ ସାମ୍ରାଜ୍ୟ ଭିତରକୁ ଏବେ ଧସେଇ ପଶିବ ପୁଲିସ । କାହିଁକି ନା ସତ୍ୟବ୍ରତଙ୍କ ପାୱାରଫୁଲ ବ୍ରଦର ଦେବବ୍ରତ ଧୀରଙ୍କ ନାଁରେ ଫ୍ଲାଟ ଦେବା କହି ଠକେଇ ଅଭିଯୋଗ ହୋଇଛି ନୟାପଲ୍ଲୀ ଥାନାରେ । ଗୁରୁତ୍ୱପୁର୍ଣ୍ଣ କଥା ହେଉଛି ଦେବବ୍ରତଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି ତାଙ୍କର ଜଣେ ସଂପର୍କୀୟ । ଫ୍ଲାଟ ଦେବା ନାଁରେ ୪୨ ଲକ୍ଷ ଟଙ୍କା ଠକେଇ କରିଛନ୍ତି ବୋଲି ଏଫଆଇଆରରେ ଉଲ୍ଲେଖ କରାଯାଇଛି ।

ସତ୍ୟବ୍ରଙ୍କ ସ୍ପ୍ରିଙ୍ଗ ସିଟି ଭଳି ନୟାପଲ୍ଲୀରେ ଦେବବ୍ରତଙ୍କ ତ୍ରୀଷ୍ଣା ମ୍ୟାନର ପ୍ରୋଜେକ୍ଟରେ ଏହି ଠକେଇ ଅଭିଯୋଗ ଆସିଛି । ଫଳରେ ଏବେ ପୁଲିସର ସ୍କାନରକୁ ଆସି ଯାଇଛନ୍ତି ୨ ଭାଇ ସତ୍ୟବ୍ରତ ଧୀର ଓ ଦେବବ୍ରତ ଧୀର । ଭୁବନେଶ୍ୱରର ଆଖପାଖ ଅଂଚଳରେ ଏହି ୨ ଭାଇଙ୍କ ବିଶାଳ ରିୟଲ ଇଷ୍ଟେଟ ସାମ୍ରାଜ୍ୟ ଲମ୍ବିଛି । ଶହ ଶହ କୋଟି ଟଙ୍କାର ଏହି ସାମ୍ରାଜ୍ୟ କେଉଁ ମୁଳଦୁଆ ଉପରେ ଛିଡା ହୋଇଛି ଏବେ ତା ଉପରେ ଆରମ୍ଭ ହୋଇଛି କମିଶନରେଟ ପୁଲିସର ତନାଘନା ।