ଚର୍ଚ୍ଚାରେ କୋଟିପତି ଚା’ବାଲା : ଦେଖନ୍ତୁ କେମିତି ବଦଳାଇଥିଲେ ନିଜ ଭାଗ୍ୟ

37

9ଜଣେ ଚା ଓ ଭୁଜିଆ ବିକାଳି କୋଟିପତି ହେବା ଖବରକୁ ନେଇ ଏବେ ଚର୍ଚ୍ଚା । ସୁରତର ଏହି ଚା ଦୋକାନୀ ନିଜର ଅକ୍ଲାନ୍ତ ପରିଶ୍ରମରେ ଆଜି ସାଜିଛନ୍ତି ଜଣେ ୧୩ଶହ କୋଟି ଟଙ୍କାର କୋଟିପତି ଫାଇନାନ୍ସର ।

୩୧ ବର୍ଷ ପୂର୍ବେ କିଶୋର ମଙ୍ଗଲ ଭାଜିୱାଲ ସୁରତରେ ଆରମ୍ଭ କରିଥିଲେ ନିଜର ଚା ଦୋକାନ । ଚା ଓ ଭୁଜିଆ ବିକ୍ରି କରି ସେ ଖୁବ୍ ପରିଚିତ ପାଲଟି ଯାଇଥିଲେ ଉଧାନ ରୋଡରେ । ଭାଜିୱାଲ ୧ ଟଙ୍କାରେ ଚା ଓ ୧କିଲୋକୁ ୨୦ଟଙ୍କାରେ ଗରମ ଭୁଜିଆ ବିକୁଥିଲେ । ଏହି ଚା ଓ ଭୁଜିଆ ଷ୍ଟଲକୁ ବନ୍ଦ କରି ଫାଇନାନ୍ସ ବ୍ୟବସାୟରେ ଆରମ୍ଭ କରିଥିଲେ । ସୁରତର ଏହି ଚା ଓ ଭୁଜିଆ ବିକାଳି ଆଜି କୋଟିପତି ଫାଇନାନ୍ସର ।

କୋଟିପତି ହେବାରେ ଭାଜିୱାଲା ଆପଣେଇ ଥିଲେ ଏକ ସରଳ ନୀତି । ନିଜର ସଂଚିତ ଅର୍ଥକୁ ମାସକୁ ୨୦ ପ୍ରତିଶତ ସୁଧରେ ସେ ସୁନା ଓ ରୂପା ଅଳଙ୍କାର , ଗାଡି ଓ ଜମିବାଡି ଆଦିେରେ ବନ୍ଧକ ରଖୁଥିଲେ । ନିଜର ଅର୍ଥ ଓ ଲୋକ ବଳରେ ସେ ଲୋକଙ୍କୁ ଠକିବାକୁ ଆରମ୍ଭ କରିଥିଲେ । ଲୋକଙ୍କ ବନ୍ଧକ ସୁନା ଅଳଙ୍କାରକୁ ଆଉ ଫେରାଇ ନଥିଲେ । ଏମିତି ଭାବେ ସେ ଠକି ,ପାଲଟିଥିଲେ କୋଟିପତି ।

ହଠାତ ତାଙ୍କ ପାଖରେ ଏତେ ପରିମାଣର ଟଙ୍କା ଥିବା ନେଇ ଆୟକର ବିଭାଗ କରିଛି ଚଢାଉ । ଦେଖନ୍ତୁ ଏହି ରିପୋର୍ଟ –