ଚରମ ସୀମାରେ ପହଂଚିଲା କ୍ରୀଡା ଶିକ୍ଷକଙ୍କ ଆନ୍ଦୋଳନ । ତଥାପି ମାନୁନାହାନ୍ତି ସରକାର ।

29

କନକ ବ୍ୟୁରୋ : ଦାବି ଜଣାଇବା ପାଇଁ ମାଧ୍ୟମ ଲୋୟର ପିଏମଜି । ୧୦ ଦିନ ହେବ ଧାରଣାରେ ରାଜ୍ୟର କ୍ରୀଡା ଓ ସଂଗୀତ ଶିକ୍ଷକ । ପାର୍ଟ ଟାଇମ ଶିକ୍ଷକମାନ୍ୟତା ଉଚ୍ଛେଦ ସହ ପୂର୍ଣ୍ଣ ଶିକ୍ଷକମାନ୍ୟତା ଦାବିରେ ଧାରଣା ଜାରି ରଖିଛନ୍ତି । ପୂର୍ବରୁ ଗଣଶିକ୍ଷା ମନ୍ତ୍ରୀଙ୍କ ଘର ସାମ୍ନାରେ ଧାରଣା ଦେଇଥିବା ଶିକ୍ଷକ ଏକ ଅଭିନବ ଢଙ୍ଗରେ ଲୋୟର ପିଏମଜିରେ ଧାରଣା ଦେଇଛନ୍ତି । ଧାରଣାସ୍ଥଳରେ ଶିକ୍ଷକମାନେ କଏଦି ପୋଷାକ ପିନ୍ଧି ବେକରେ ଫାସି ଦୌଡି ପକାଇଥିବାର ଦେଖିବାକୁ ମିଳିଛି ।