ମନ୍ତ୍ରୀ ହେବ ତ ଏମିତି ! ଟୋଲ ପ୍ଲାଜାରେ ଲୋକଙ୍କୁ ଠକୁଥିବା ପୋଲିସ ଅଧିକାରୀଙ୍କୁ କଲେ ତାଗିଦ୍, ଚାକିରିରୁ ବହିଷ୍କାର ନେଇ ଦେଲେ ଧମକ ।

304

ରାସ୍ତା ମଝିରେ ମନ୍ତ୍ରୀଙ୍କ ଆକ୍ସନ ମୁଡ୍ ଦେଖି ଅଟକିଯାଉଥିଲେ ଯାତ୍ରୀ । ରାଜସ୍ଥାନର କ୍ରୀଡାମନ୍ତ୍ରୀ ଅଶୋକ ଚାନ୍ଦନା ବୁନ୍ଦି ଜିଲ୍ଲା ଗସ୍ତ ସମୟରେ ପୋଲିସ ଅଧିକାରୀଙ୍କୁ କଡା ତାଗିଦ୍ କରିଛନ୍ତି । ଯେଉଁ ପୋଲିସ କର୍ମୀଙ୍କ ଉପରେ ଉକ୍ତ ଅଞ୍ଚଳର ଗ୍ରାମବାସୀମାନେ ଟୋଲ୍ ପ୍ଲାଜାରେ ଚାନ୍ଦା ଆଦାୟ କରୁଥିବାର ଅଭିଯୋଗ କରିଥିଲେ, ସେହି ପୋଲିସ କର୍ମୀଙ୍କୁ ଗ୍ରାମବାସୀଙ୍କ ସାମ୍ନାକୁ ଡାକି କଡା ଚେତାବନୀ ଦେଇଛନ୍ତି ମନ୍ତ୍ରୀ ।

ପୋଲିସ କନେଷ୍ଟବଳ ଓମପ୍ରକାଶଙ୍କୁ ଚେତାବନୀ ଦେବା ସହ ମନ୍ତ୍ରୀ ଅଶୋକ ଚାନ୍ଦନା କହିଥିଲେ, ଗ୍ରାମବାସୀଙ୍କ ଠାରୁ ଚାନ୍ଦା ଆଦାୟ ବନ୍ଦ ନକଲେ ପୋଲିସ ଚାକିରିରୁ ବାହାର କରି ଟୋଲ୍ ପ୍ଲାଜାରେ ଡ୍ୟୁଟିରେ ଲଗାଇବେ । ସାରା ଜୀବନ ୫୦ ଟଙ୍କା କିମ୍ବା ୧୦୦ ଟଙ୍କାର ଲାଞ୍ଚ ନେଉଥିବ ଏବଂ ତମ ଚାକିରି ମୁଁ ବରବାଦ କରିଦେବି ବୋଲି ମନ୍ତ୍ରୀ ଉକ୍ତ କନେଷ୍ଟବଳଙ୍କୁ କହିଥିଲେ ।

ମନ୍ତ୍ରୀଙ୍କ ସାମ୍ନାରେ ପୋଲିସ କର୍ମୀ ଜଣଙ୍କ ନିରବ ରହିଥିଲେ । ଏହା ସହ ମନ୍ତ୍ରୀ ଅଶୋକ ଚାନ୍ଦନା ଓମପ୍ରକାଶଙ୍କୁ ଶେଷ ଚେତାବନୀ ଦେଇଛନ୍ତି । ସୂଚନା ଅନୁଯାୟୀ, ରାଜ୍ୟ କ୍ରୀଡାମନ୍ତ୍ରୀ ଅଶୋକ ଚାନ୍ଦନା ଦିନିକିଆ ଗସ୍ତରେ ହିନ୍ଦୋଳ ବିଧାନସଭା ଏବଂ ବୁନ୍ଦି ଯାଇଥିଲେ । ହିନ୍ଦୋଳ ବାଟରେ ଗ୍ରାମବାସୀମାନେ ମନ୍ତ୍ରୀ ଅଟକାଇଥିଲେ । ଏବଂ ପୋଲିସ ଅଧିକାରୀଙ୍କ ବାବଦରେ ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଗ୍ରାମବାସୀମାନେ କହିଥିଲେ ଯେ, ସନ୍ଧ୍ୟା ହେଲେ ପୋଲିସ କର୍ମୀମାନେ କେଶବପୁରା ଟୋଲ୍ ପ୍ଲାଜାରେ ନାକାବନ୍ଦୀ ନାମରେ ଗ୍ରାମବାସୀଙ୍କ ଠାରୁ ୧୦୦ ଟଙ୍କାରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ଚାନ୍ଦା ଆକାରରେ ଆଦାୟ କରୁଛନ୍ତି । ଏହା ଶୁଣିବା ପରେ ମନ୍ତ୍ରୀ ପୋଲିସ ଉପରେ ରାଗୁ ଉଠିଥିଲେ ଏବଂ ଘଟଣାସ୍ଥଳକୁ ପୋଲିସ କର୍ମୀଙ୍କୁ ଡାକି ଚେତାବନୀ ଦେଇଥିଲେ ।