ଆଜିଠୁ ଆରମ୍ଭ ହେଲା ଏକାମ୍ର ସ୍ପୋର୍ଟ୍ସ ଲିଟେରାରୀ ଫେଷ୍ଟିଭାଲ : ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ପ୍ରଥମ ଥର ପାଇଁ ମେଗା କାର୍ଯ୍ୟକ୍ରମ ଆୟୋଜିତ

164

କନକ ବ୍ୟୁରୋ : ଆରମ୍ଭ ହେଲା ଏକାମ୍ର ସ୍ପୋର୍ଟ୍ସ ଲିଟେରାରୀ ଫେଷ୍ଟିଭାଲ । ମୁଖ୍ୟମନ୍ତ୍ରୀ ଏହି ମେଗା କାର୍ଯ୍ୟକ୍ରମର ଉଦ୍ଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଫେଷ୍ଟିଭାଲକୁ ଉଦଘାଟନ କରି କହିଛନ୍ତି ଏହା ଲୋକଙ୍କ ମନରେ ଖେଳ ପ୍ରତି ସ୍ୱତନ୍ତ୍ର ଉତ୍ସାହ ସୃଷ୍ଟି କରିବ । ଏହା ଖେଳାଳି ଓ ଖଳକୁ ଭଲ ପାଉଥିବା ଲୋକଙ୍କୁ ଏକାଠି କରିବ । ଇମର୍ଜିଂ ସ୍ପୋର୍ଟ୍ସ ଓ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗର ମିଳିତ ଆନୁକୁଲ୍ୟରେ ଏହି ମେଗା କାର୍ଯ୍ୟକ୍ରମ ଓଡିଶାରେ ପ୍ରଥମଥର ପାଇଁ ଅନୁଷ୍ଠିତ ହୋଇଛି ।

ଆଜି ଓ କାଲି ଦୁଇ ଦିନ ଧରି ଏହା ଭୁବନେଶ୍ୱରରେ ଏହି ଫେଷ୍ଟିଭାଲ ଅନୁଷ୍ଠିତ ହେବ । ଏହି ସମ୍ମାନ ଜନକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଗୁରୁବାର ଭୁବନେଶ୍ୱରରେ ଦେଶ ବିଦେଶରେ ତାରକା କ୍ରୀଡାବିତମାନେ ପହଁଚିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଜାମାଇକା ଜନ୍ମିତ କାନାଡିଆନ ଆଥଲେଟ୍ ବେନ୍ ଜନସନ୍, ପୂର୍ବତନ ଭାରତୀୟ ହକି ଅଧିନାୟକ ଧନରାଜ ପିଲେ, ଭାରତୀୟ ଟ୍ରାକ୍ ଆଣ୍ଡ ଫିଲ୍ଡ ଆଥଲେଟ୍ ଶାନ୍ତି ସୁନ୍ଦରରାଜନ, ଅଷ୍ଟ୍ରେଲିଆର ହକି ଅଲିମ୍ପିଆନ ବ୍ରେଂଟ ଲିଭ୍ମୋର ଓ ଅନ୍ୟମାନେ ।