ନିଜର ସୁନ୍ଦରତା ଏବଂ ଡ୍ରେସିଙ୍ଗ୍ ସେନ୍ସକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଛନ୍ତି ଏହି ସ୍ପୋର୍ଟସ୍ ଆଙ୍କର ! ଖୁବ୍ ପସନ୍ଦ କରୁଛନ୍ତି ଲୋକେ ।

56

ମୟନ୍ତୀ ଲେଙ୍ଗର୍ ଚିହ୍ନିଥିବେ ତ ନିଶ୍ଚୟ । ଯଦି ବି ଚିହ୍ନିନାରହାନ୍ତି ତେବେ ଆଜି ଆମେ ଆପଣଙ୍କୁ ଏହି ସୁନ୍ଦରୀ ଆଙ୍କରଙ୍କ ବିଷୟରେ କହିବାକୁ ଯାଉଛୁ । ସ୍ପୋର୍ଟସ୍ ଆଙ୍କର ଭାବେ ଖୁବ୍ ଜଣାଶୁଣା ମୟନ୍ତୀ କେବଳ ନିଜର ସୁନ୍ଦରତାକୁ ନେଇ ଲୋକପ୍ରିୟ ହୋଇଛନ୍ତି ଏହା ନୁହଁ ସେ ନିଜର ପୋଷାକ ପରିପାଟିକୁ ନେଇ ମଧ୍ୟ ଖୁବ୍ ଚର୍ଚ୍ଚାରେ ଥାନ୍ତି । ୟୁନିକ୍ ସେନ୍ସର ପୋଷାକ ପିନ୍ଧୁଥିବା ଏହି ଆଙ୍କରଙ୍କୁ ବେଳେବେଳେ ଟ୍ରୋଲ୍ ର ସାମ୍ନା କରିବାକୁ ମଧ୍ୟ ପଡିଥାଏ ।

 

 

୧୯୮୫ ମସିହା ଫେବୃଆରୀ ୮ ତାରିଖରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିବା ମୟନ୍ତୀଙ୍କ ବାପା ସଂଜିବ ଲେଙ୍ଗର୍ ୟୁନାଇଟେଡ୍ ନେସନ୍ସେୀ କାର୍ଯ୍ୟ କରିସାରିଛନ୍ତି । ଦିଲ୍ଲୀ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ପାଠ୍ୟକ୍ରମ ଶେଷ କରି ସେ ପ୍ରଥମେ ଗ୍ରାଫିକ୍ ଡିଜାଇନିଂରେ ମନନିବେଶ କଲେ । ଏହାପରେ ସେ ଆଙ୍କର ଦିଗ ପ୍ରତି ମନ ବଳାଇଥିଲେ । ମୟନ୍ତୀ ଲେଙ୍ଗର୍ ପୂର୍ବ ଭାରତୀୟ କ୍ରିକେଟର ରୋଜର ବିତ୍ରିଙ୍କ ପୁଅ ଷ୍ଟୁଅର୍ଟ ବିତ୍ରିଙ୍କୁ ସେପ୍ଟେମ୍ବର ୨୦୧୨ ରେ ବିବାହ କରିଥିଲେ ।

ଷ୍ଟୁଅର୍ଟ ବିତ୍ରି ପୂର୍ବ ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର କ୍ରିକେଟର ଅଟନ୍ତି । ମୟନ୍ତୀ ୨୦୧୧ ଏବଂ ୨୦୧୫ କ୍ରିକେଟ୍ ୱାର୍ଲଡ କପ୍ ,୨୦୧୪ ଇଣ୍ଡିଆନ୍ ସୁପର ଲିଗ୍ , ୨୦୧୦ ଫିଫା ୱାର୍ଲଡ କପ୍ ,୨୦୧୦ କମନୱେଲଥ୍ ଗେମ୍ ଏବଂ ୨୦୧୮ ଆଇପିଏଲରେ ସେ ହୋଷ୍ଟ୍ କରିସାରିଛନ୍ତି ।