ପାକିସ୍ତାନ ହାତରେ ଭାରତୀୟ ଯବାନ : ଦୁଃଖରେ ପ୍ରାଣ ହରାଇଲେ ଜେଜେ ମା’

46

armyଭାରତର ସର୍ଜିକାଲ ଷ୍ଟ୍ରାଇକରେ ପାକିସ୍ତାନ ଚିହିଁକି ଉଠିଛି । ବିଶ୍ୱ ସମୁଦାୟ ପୂରା ପାକର ବିପକ୍ଷରେ । କେହି ତାର ସାଥ୍ ଦେଇନାହାଁନ୍ତି । ଭାରତ-ପାକ୍ ମଧ୍ୟରେ ଏବେ ତିକ୍ତତା ଖୁବ୍ ବଢିଯାଇଛି । ଆଉ ଏହି ସମୟରେ ଗତ ଗୁରୁବାର ରାତିରେ ୩୭ ରାଷ୍ଟ୍ରୀୟ ରାଇଫଲ୍ସର ଜଣେ ଯବାନ ଚନ୍ଦୁ ଚୈାହାନ ଭୁଲରେ ପାକିସ୍ତାନ ସୀମା ଭିତରକୁ ପଶି ଯାଇଥିଲେ । ତାଙ୍କୁ ପାକିସ୍ତାନ ସୈନିକ ଧରି ପକାଇଥିଲେ । ସେନା ସୂତ୍ରାନୁସାରେ ସେ ସର୍ଜିକାଲ ଷ୍ଟ୍ରାଇକରେ ସାମିଲ ନଥିଲେ ।

Bhushan Chohan brother Express Photo by Amit Chakravarty 30-09-16ଏପଟେ ଜମ୍ମୁ ଓ କାଶ୍ମୀରର ଅଖନୁର ସେକ୍ଟରରେ ପାକିସ୍ତାନ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଘଂନ କରିଛି । ଚନ୍ଦୁ ପାକ୍ ସୈନିକଙ୍କ ହାତରେ ଧରାପଡିବା ଖବର ମିଳିବା ପରେ ତାଙ୍କ ଜେଜେମା’ ଅସୁସ୍ଥ ହୋଇପଡିଥିଲେ । ମହାରାଷ୍ଟ୍ରର ଧୁଲ୍ ଜିଲ୍ଲା ନିବାସୀ ଚନ୍ଦୁଙ୍କ ଜେଜେମା’ ଲୀଳାବାଈ ଚିନ୍ଧା ପାଟିଲ ଚୈାହ୍ୱାନ ଏହି ଦୁଃଖଦ ଖବର ଶୁଣିବା ପରେ ତାଙ୍କର ପରଲୋକ ଘଟିଥିବା ତାଙ୍କ ଘର ଲୋକ କହିଛନ୍ତି ।

All-party meeting after Army conducts surgical strikes along LoCଚନ୍ଦୁଙ୍କ ବଡ ଭାଇ ଭୂଷଣ ବି ସେନାରେ ଅଛନ୍ତି । ୯ ମରାଠା ରେଜିମେଂଟର ଯବାନ ଭୂଷଣ ଏବେ ଜାମନଗରରେ କାର୍ଯ୍ୟରତ । ସୂଚନାନୁସାରେ ପିଲାବେଳେ ଚନ୍ଦୁ ଓ ଭୂଷଣଙ୍କ ପିତାମାତାଙ୍କର ପରଲୋକ ଘଟିଥିଲା । ଜେଜେ ବାପା ଓ ଜେଜେ ମା’ ସେମାନଙ୍କୁ ବଡ କରିଥିଲେ । ଲୀଳାବାଈ ଓ ତାଙ୍କ ପତି ଏବେ ଭୂଷଣଙ୍କ ପାଖରେ ରହୁଛନ୍ତି । ନାତି ଶତ୍ରୁ ହାତରେ ଧରା ପଡିବାକୁ ସେ ସହିପାରିନଥିଲେ । ଚନ୍ଦୁଙ୍କ ଜେଜେମା’ଙ୍କ ଶବ ଶୁକ୍ରବାର ତାଙ୍କ ପୈତୃକ ଗାଁ ଧୂଲେ ନିଆଯାଇଛି ଓ ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ।

ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ,ପାକିସ୍ତାନ ଦ୍ୱାରା ଧରାପଡିଥିବା ଭାରତୀୟ ଯବାନ ଚନ୍ଦୁ ବାବୁଲାଲ ଚୈାହାନଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କରାଯାଉଛି ।